Connect with us

ଓଡିଶା

ଆଗାମୀ ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ଆଗାମୀ ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ଅକ୍ଟୋବର ମାସ ୩୧ ତାରିଖ ଯାଏ ଚାଲିବ । ୨୦୧୯ ମସିହା ଜାନୁଆରି ୪ ତାରିଖରେ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।
ଆଜି ଶ୍ରୀ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମୋଟ ୩ କୋଟି ୧୨ ଲକ୍ଷ ୫୨ ହଜର ୩୩୩ ଜଣ ଭୋଟର ଅଛନ୍ତି। ତେଣୁ ଏହି ଭୋଟରମନେ ୩୭ ହଜାର ୬୦୩ ଟି ବୁଥରେ ଭୋଟ ଦେବେ । ଗ୍ରାମାଞ୍ଚଳରେ ଗୋଟିଏ ବୁଥରେ ୧୨ଶହ ଭୋଟର ଭୋଟ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ସହରାଞ୍ଚଳରେ ଗୋଟିଏ ବୁଥରେ ୧୪ଶହ ଭୋଟର ଭୋଟ ଦେଇପାରିବେ । ଭାଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ଯୋଗ ଓ ବିଯୋଗ କରି ପାରିବେ। ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ଥିଲେ ସମ୍ପୃକ୍ତ ଭୋଟରଙ୍କ ନାମ ଗୋଟିଏ ତାଲିକାରୁ ବାଦ ପଡ଼ିବ । ସେହିପରି ଭୁଲ ତଥ୍ୟ ଦେଇଥିଲେ ଭୋଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଯଦି କୌଣସି ଉପଯୁକ୍ତ ଓ ଯୋଗ୍ୟ ଭୋଟରଙ୍କୁ ଅଧିକାରୀ ଭୋଟର ତାଲିକାରୁ ବାଦ ଦେଇଥାନ୍ତି, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଭୋଟରମାନେ ନିଜ ନିଜ ବୁଥରେ ସେମାନଙ୍କ ଭୋଟର ତାଲିକା ସଂଶୋଧନ କରି ପାରିବେ । ଏଥିପାଇଁ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଭୋଟରମାନେ ଆବେଦନ କରି ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା