Connect with us

ଆଞ୍ଚଳିକ

ପୁଣି ଜୀବନ ହାରିଲେ ଚାଷୀ l

ପୁଣି ଜୀବନ ହାରିଲେ ଚାଷୀ l

ପୁଣି ଜୀବନ ହାରିଲେ ଚାଷୀ
କୋରାପୁଟ,୩୧ା୮ : ଚାଷପ୍ରଧାନ ରାଜ୍ୟରେ ଥମୁନି ଚାଷୀ ଆତ୍ମହତ୍ୟା । ଗୋଟିଏ ପଟେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି । ଆହୁରି ମଧ୍ୟ ଓଡ଼ିଶା ଚାଷୀ ସାରା ଭାରତ ବର୍ଷରେ ସବୁଠାରୁ ଭଲରେ ଥିବା କୁହାଯାଉଛି । କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଅଲଗା । ଆଜି ମଧ୍ୟ ଋଣ ଚାପରେ ଜୀବନ ହାରୁଛି ଚାଷୀ । ଚାଷୀ ପାଖରେ ପହଞ୍ଚୀ ପାରୁନି ରାଜ୍ୟ ସରକାରଙ୍କ ଯୋଜନା । ଏଥିପାଇଁ ଅକାରଣରେ ଜୀବନ ହାରିଦେଉଛି ଚାଷୀ ।

ଆଜି କୋରାପୁଟରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଚାଷ କ୍ଷତି, ଋଣ ବୋଝ ପାଇଁ ଚାଷୀ ଜଣକ ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ଚାଷୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ସୂଚନାଥାଉ କି, ମାଳିମର୍ଲାର ବଳରାମ ଗୁଣ୍ଟା ନାମକ ଜଣେ ଚାଷୀ ଚାଷ କରିବା ପାଇଁ ସ୍ଥାନୀୟ ବ୍ୟାଙ୍କରୁ ଋଣ ନେଇଥିଲେ । ମାତ୍ର ଫସଲ ନଷ୍ଟ ହୋଇଯିବାରୁ ସେ ଋଣ ପରିଶୋଧ କରିପାରିନଥିଲେ । ଫଳରେ ମାନସିକ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଗତକାଲି ସେ କୀଟନାଷକ ଔଷଧ ପିଇ ଦେଇଥିଲେ । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଫସଲ ହାନୀ ଯୋଗୁଁ ସମ୍ବଲପୁରରେ ଜଣେ ଓ ବଲାଙ୍ଗୀରରେ ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିଲେ । କୃଷି ପ୍ରଧାନ ରାଜ୍ୟରେ ଏଭଳି ଚାଷୀ ଆତ୍ମହତ୍ୟା ବାରମ୍ବାର ଘଟୁଥିବାରୁ ସରକାରଙ୍କୁ ବିରୋଧୀମାନେ କଡା ସମାଲୋଚନା କରୁଥିବା ଦେଖାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ