Connect with us

ଓଡିଶା

ଆଜିଠୁ ବିଧାନସଭା

ସାଙ୍କେତିକ

ଆଜିଠୁ ବିଧାନସଭା
ଭୁବନେଶ୍ୱର, ୧୨ ନଭେମ୍ବର – ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ପ୍ରଥମଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ସଦସ୍ୟ ଏବଂ ଶହୀଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିବେ । ପୂର୍ବତନ ବିଧାୟକ ସାହୁରା ମଲ୍ଲିକ , ଉଦିତ୍ ପ୍ରତାପ ଦେଓ ଓ ବୃନ୍ଦାବନ ପାତ୍ର ଏବଂ ଓଏପିଏଫ୍ ଯବାନ୍ ଜୟରାମ କବାସିଙ୍କ ଉଦ୍ଦେଶ୍ୟରେ ଏହି ଶୋକପ୍ରସ୍ତାବ ଆଗତ ହେବାପରେ ଆଲୋଚନା ହୋଇ ପାରିତ ହେବ । ଏହାସହ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅପରାହ୍ନରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ମଧ୍ୟ ଆଗତ ହେବ । ଏହା ଉପରେ ୩ ଦିନ ଧରି ଆଲୋଚନା କରାଯିବ ।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସମସ୍ୟା ଓ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ବହୁ ଚର୍ଚ୍ଚିତ ସ୍ମିତାରଣୀ ମୃତ୍ୟୁ, କେନ୍ଦ୍ରାପଡ଼ା ସମବାୟ ସମିତି ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ଫନି ସହାୟତା ଓ ଆବାସ ଯୋଜନାରେ ଅନିୟମିତତାକୁ ବିଜେପି ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବ । ସେହିପରି କଂଗ୍ରେସ ରାଜ୍ୟ ସରକାରଙ୍କ ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମକୁ ପ୍ରସଙ୍ଗ କରିବ । ଉଭୟ ବିରୋଧୀ ଦଳଙ୍କ ପ୍ରଶ୍ନ ଗୃହର ଆଲୋଚନାକୁ ସରଗରମ କରିବ ବୋଲି ଅନୁମାନ କରାଯାଉଛି ।

ବିଧାନସଭାର ଚୂଡାନ୍ତ ରଣନୀଯତି ପ୍ରସ୍ତୁତ ନେଇ ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ଦଳ ବୈଠକ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହେବ । ସେହିପରି ବିରୋଧୀଙ୍କୁ କାଉଂଟର କରିବା ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତି କରୁଛି । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହେବ । ଦରଦାମ ବୃଦ୍ଧି, କେନ୍ଦ୍ର ସରକାରଙ୍କଠାରୁ ବକେୟା ୬ ହଜାର କୋଟି ଟଙ୍କା ପାଇବା, କୋଇଲା ରୟାଲଟି ବୃଦ୍ଧି, ରେଳବିକାଶ କ୍ଷେତ୍ରରେ ଅଧିକ ଟଙ୍କା ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ମୁଖ୍ୟ ପ୍ରସଙ୍ଗ କରିପାରେ ବିଜେଡି ।

ବୁଧବାର ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି । ଏଥିମଧ୍ୟରୁ ୨୫ଟି ସରକାରୀ କାର୍ଯ୍ୟ ଦିବସ ଓ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା