Connect with us

ଅପରାଧ

ଆସିଲା “ମହାବୀର’ର ପୋଷ୍ଟମର୍ଟମ ରିପୋର୍ଟ

ସାଙ୍କେତିକ ଚିତ୍ର

ଆସିଲା “ମହାବୀର’ର ପୋଷ୍ଟମର୍ଟମ ରିପୋର୍ଟ
ପାକସ୍ଥଳୀରୁ ବାହାରିଲା ଝିଙ୍କ କାଠି
ଭୁବନେଶ୍ୱର,୧୯ା୧୧ : ସାତକୋଶିଆ ମହାବଳ ବାଘ ମହାବୀର ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟରେ ସଂକ୍ରମଣ ହେତୁ ବାଘର ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଏନେଇ ଫିଲ୍ଡ ଡାଇରେକ୍ଟର ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବାଘର ବେକରେ ଏକ କ୍ଷତ ହୋଇଥିଲା । ଏହାପରେ ସଂକ୍ରମିତ ହୋଇଥିଲା । ଫଳରେ ବାଘର ଶରୀର ଅଚଳ ହୋଇପଡିଥିଲା । ଯଦ୍ୱାରା ବାଘଟି ମୃତ୍ୟୁବରଣ କରିଥିଲା । ତେବେ ବାଘ ଏକ ଝିଙ୍କ ଗିଳିଥିବା ରିପୋର୍ଟରେ କୁହାଯାଇଛି । କାରଣ ମହାବଳ ପାକସ୍ଥଳିରୁ ୮ରୁ ୧୦ଟି ଝିଙ୍କ କାଠି ମିଳିଛି । ବାଘର ମଳରୁ ବାରହା ଲୋମ ମଧ୍ୟ ମିଳିଥିଲା । କ୍ଷତ ସ୍ଥାନରୁ କିଛି ତାର ମିଳିନାହିଁ । ତେବେ କିପରି ଓ କାହିଁକି କ୍ଷତ ହୋଇଥିଲା ତାହାର ତଦନ୍ତ ହେବ ବୋଲି ଫିଲ୍ଡ ଡାଇରେକ୍ଟର କହିଛନ୍ତି । ଏହାସହ ବାଘୁଣୀ ସୁନ୍ଦରୀ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି ।

ସୂଚନାଥାଉ କି, ଗତ ୧୫ ତାରିଖରେ ସାତକୋଶିଆରେ ମହାବଳ ବାଘ ମହାବୀରର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ପ୍ରାଥମିକ ରିପୋର୍ଟରେ ବାଘର ମୁଣ୍ଡରେ ଏକ କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଥିଲା । ଏନେଇ ପ୍ରଥମେ ବନ ବିଭାଗ ତରଫରୁ କିଛି କୁହାଯାଇ ନଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ