Connect with us

ଓଡିଶା

ଗୃହରେ ଅଚଳାବସ୍ଥା ଜାରି

ସାଙ୍କେତିକ ଚିତ୍ର

ଗୃହରେ ଅଚଳାବସ୍ଥା ଜାରି
ଭୁୁବନେଶ୍ୱର, ୧୯ା୧୧: ଉଭୟ ଶାସକ ଓ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ଆଜି ଗୃହର ପ୍ରଥମାର୍ଦ୍ଧ ବୈଠକ ଓ ଦ୍ୱିତୀୟାର୍ଦ୍ଧ ବୈଠକ ଚାଲିପାରିନଥିଲା । ପ୍ରଥମାର୍ଦ୍ଧ ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିବା ବେଳେ ଦ୍ୱିତୀୟାର୍ଦ୍ଧ ବୈଠକରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ଏହି ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ପୂର୍ବାହ୍ନ ୧୦.୩୪ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୩ ଟା ୧୧ରୁ ରୁ ୩ଟା ୪୧ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ଗୋଟିଏ ମିନିଟ୍ ଗୃହ ଚାଲିଥିଲା ଏବଂ ବାଚସ୍ପତି ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପ୍ରଥମାର୍ଦ୍ଧ ବୈଠକ ୪ ମିନିଟ୍ ଏବଂ ଦ୍ୱିତୀୟାର୍ଦ୍ଧ ବୈଠକ ମାତ୍ର ୧୧ ମିନିଟ୍ ପାଇଁ ଚାଲିପାରିଥିଲା ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହର ବୈଠକ ପୂର୍ବାହ୍ନ ୧୦.୩୦ ରେ ଆରମ୍ଭ ହୋଇଥିଲା । ବାଚସ୍ପତି ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯିବା ବେଳେ ଶାସକ ଦଳର ଅଧିକାଂଶ ସଦସ୍ୟ ମାନେ ନିଜ ନିଜ ଆସନରେ ଠିଆ ହୋଇ କେନ୍ଦ୍ର ସରକାର ଅନୁସୁଚିତ ଜାତି ଛାତ୍ର ମାନଙ୍କର ଛାତ୍ର ବୃତିରେ କେନ୍ଦ୍ର ସରକାର ଅଂଶଧନ ଭାଗରେ ପରିବର୍ତନ କରିଥିବାକୁ ବିରୋଧ କରି ହଟ୍ଟଗୋଳ କରିଥିଲେ । ଅନ୍ୟ ପକ୍ଷରେ କଂଗ୍ରେସ ଦଳର ସଭ୍ୟ ସଚିବାଳୟରେ ସିବିଆଇ ପ୍ରବେଶ କରିଥିବା ଏବଂ ବିଜେପି ପକ୍ଷରୁ ଜମି, ଜଳ ଓ ଜଙ୍ଗଲକୁ ସରକାର ଖାଇ ଯିବା ପ୍ରସଙ୍ଗକୁ ନେଇ ହୋ ହାଲ୍ଲା କରିଥିଲେ । ହଟ୍ଟଗୋଳ ସମୟରେ କଂଗ୍ରେସ ଦଳର ସଦସ୍ୟ ମାନେ ଗୃହର ମଧ୍ୟ ଭାଗକୁ ପଳାଇ ଆସି ସିବିଆଇ ସଚିବାଳୟକୁ ଖଣି ନା ଚିଟଫଣ୍ଡ ମାମଲାରେ ଆସିଥିଲା ତାହା ସ୍ପଷ୍ଟ କରନ୍ତୁ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସ୍ଲୋଗାନ ମାନ ଦେଉଥିବାର ପରିଲକ୍ଷିତ ହୋଇଥିଲା । ସେହିପରି ଶାସକ ଦଳର ସଭ୍ୟ ମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ମାନ ଦେଇଥିଲେ । ଗୃହରେ ଅଚଳାବସ୍ଥା ଦେଖା ଦେଇଥିଲେ ହେଁ ବାଚସ୍ପତି ଶ୍ରୀ ଅମାତ ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ଚାଲୁ ରଖିଥିଲେ । ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କେନ୍ଦ୍ର ଅନୁଦାନ ହ୍ରାସ ସମ୍ପର୍କିତ ପ୍ରଶ୍ନର ଉତର ରଖିଥିଲେ । ଶାସକ ଦଳର ସଭ୍ୟ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ଠିକା ସୂତ୍ରରେ ପୋଲିସ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା ସମ୍ପର୍କିତ ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀ ଦେବାର ଥି୍ଲେ ହେଁ ସଂପୃକ୍ତ ବିଧାୟକ ଅନୁପସ୍ଥିତ ଥିବାରୁ ତାଙ୍କର ପ୍ରଶ୍ନ ଉପରେ ଆଲୋଚନା ହୋଇ ନ ଥିଲା

ତେବେ ଅନ୍ୟ ପ୍ରଶ୍ନରେ ଆଲୋଚନା କରିବା ପାଇଁ ବାଚସ୍ପତିଙ୍କ ପକ୍ଷରେ ସମ୍ଭବ ନ ହେବାରୁ ସେ ଗୃହକୁ ଦିନ ତିନିଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଅପରାହ୍ନ ୩ ଟାରେ ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହୋଇଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିରୋଧୀ ଦଳ ନେତା ୩ ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ଗତକାଲି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ମାଲିପୁର ଗାଁରେ ଚାଷୀ ମାନେ ରାଜଧାନୀ ଆସୁଥିବା ବେଳେ ସେମାନଙ୍କୁ ବିଜେଡି ଜିଲ୍ଲା ସଭାପତିଙ୍କ ସମେତ କର୍ମୀମାନେ ବାଧା ଦେଇଥିଲେ । ସେମାନେ ଭୁବନେଶ୍ୱର ନଆସିପାରି ଜିଲ୍ଲାର ପଂଚାୟତ ଓ ବ୍ଲକ୍ ରେ ସତ୍ୟାଗ୍ରହ କରିଥିଲେ । ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁ ଚାଷୀମାନଙ୍କୁ ଗାଳିଗୁଲଜ କରିଥିଲେ । ଏସମ୍ପର୍କରେ ଥାନାରେ ଏତଲା ଦିଆଯାଇଥିଲେ ହେଁ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ।

ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନହେଲେ ଅଚଳାବସ୍ଥା ସୃଷ୍ଟି ହେବ । ଶାସକ ଦଳ ନେତା ମାନେ ଦାଦଗିରି ଛାଡନ୍ତୁ ବୋଲି ସେ କହିଥିଲେ । ସେହିପରି ଢେଙ୍କାନାଳ ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାଯାଇଥିବା ଘଟଣା ଉପରେ ଆଲୋଚନା କରିବା ଲାଗି ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହା ଉପରେ ଆଲୋଚନା ନକରାଇଦେବା ପାଇଁ ଶାସକ ଦଳ ସଭ୍ୟମାନେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଦେଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା