Connect with us

ଆଞ୍ଚଳିକ

ଓଡ଼ିଶାର ୭ ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପ

ସାଙ୍କେତିକ ଚିତ୍ର

ଓଡ଼ିଶାର ୭ ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପ
ଗୁରୁବାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୯ା୧୧ : ନବମ ଏବଂ ଦଶମ ସିଟି ଗ୍ୟାସ ବିତରଣ ପ୍ରକଳ୍ପ(ସିଜିଡି) ଅଧୀନରେ ଓଡ଼ିଶାର ୭ଟି ଭୌଗଳିକ କ୍ଷେତ୍ର ସମେତ ଦେଶର ମୋଟ ୬୩ ଟି ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ ଓ ବିଡିଂ ପର୍ଯ୍ୟାୟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିମଧ୍ୟରେ ଓଡ଼ିଶାର ସାତଟି ପ୍ରକଳ୍ପ ରହିଛି ।

ସେଗୁଡିକ ହେଲା – (୧)ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା, (୨)ଯାଜପୁର ଏବଂ କେନ୍ଦୁଝର, (୩)ଅନୁଗୁଳ ଏବଂ ଢେଙ୍କାନାଳ, (୪)ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ, (୫)ବରଗଡ଼, ଦେବଗଡ଼ ଏବଂ ସମ୍ବଲପୁର, (୬)ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ଓ (୭)ଜଗତିସଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସହରଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଲାଗି ପାଇପ ଲାଇନ ଜରିଆରେ ଗ୍ୟାସ ସଂଯୋଗକୁ ୨୮ ଲକ୍ଷରୁ ୧ କୋଟିକୁ ବୃଦ୍ଧି କରାଯିବ । ୨୭ ମାର୍ଚ୍ଚ ୨୦୧୫ରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଉର୍ଜା ସଂଗମ ୨୦୧୫ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ରଖିଛି ।

୨୨ ନଭେମ୍ବର ୨୦୧୮ ଅପରାହ୍ଣ ୪ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଲାଇଭ ଭିଡିଓ ଷ୍ଟ୍ରିମିଂ ଜରିଆରେ ପ୍ରଧାନମନ୍ତ୍ରୀ ସିଟି ଗ୍ୟାସ ବିତରଣ ପ୍ରକଳ୍ପସମୂହର ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି, ଭୂବିଜ୍ଞାନ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ସମ୍ମାନାସ୍ପଦ ବ୍ୟକ୍ତିବିଶେଷ ଯୋଗ ଦେବେ ।

ଓଡ଼ିଶାରେ ଥିବା ଭୌଗଳିକ କ୍ଷେତ୍ର ମଧ୍ୟରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼, ଦେବଗଡ଼, ସମ୍ବଲପୁର ଜିଲ୍ଲାର କାର୍ଯ୍ୟ ଭାରତ ଗ୍ୟାସ ରିସୋର୍ସେସ ଲିମିଟେଡକୁ ଦିଆଯାଇଛି । ସମାନ ଭାବେ ଆଦାନୀ ଗ୍ୟାସ ଲିମିଟେଡ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୨୦ଟି ସିଏନଜି ଷ୍ଟେସନ ଏବଂ ୧,୫୦,୪୬୪ ଘରୋଇ ସଂଯୋଗ କାର୍ଯ୍ୟ ହାସଲ କରିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଞ୍ଜାମ, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ ଗେଲକୁ କାର୍ଯ୍ୟ ପ୍ରଦାନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ