Connect with us

ଦେଶ

ନାରାୟଣ ଦତ୍ତ ତିଓ୍ବାରୀଙ୍କ ପରଲୋକ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିଓ୍ବାରୀଙ୍କ ଗୁରୁବାର ସକାଳେ ନିଜ ୯୩ତମ ଜନ୍ମଦିନରେ ପରଲୋକ ହୋଇଯାଇଛି । ଦିଲ୍ଲୀର ସାକେତସ୍ଥିତ ମେକ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତିଓ୍ବାରୀଙ୍କ ମୃତ୍ୟୁରେ ପ୍ରଧାନମନ୍ତୀ ସମେତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ୍‌, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ନିଧନ ଭାରତୀୟ ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସେମାନେ କହିଛନ୍ତି ।
ପ୍ରକାଶଯୋଗ୍ୟ ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ତିଓ୍ବାରୀ ୧୯୭୬-୭୭, ୧୯୮୪-୮୫ ଏବଂ ୧୯୮୮-୮୯ ପର୍ଯ୍ୟନ୍ତ ତିନିଥର କାର୍ଯ୍ୟଭାର ସମ୍ଭାଳିଥିଲେ । ରାଜ୍ୟ ବିଭାଜନରୁ ଉତ୍ତରାଖଣ୍ଡ ସୃଷ୍ଟି ହେବାପରେ ସେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ରହିଥିଲେ । ସେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଅର୍ଥମନ୍ତ୍ରୀ, ଉଦୌଗ ମନ୍ତ୍ରୀ, ବିଦେଶ ମନ୍ତ୍ରୀ ଭଳି ପ୍ରମୁଖ ଦାୟିତ୍ୱ ସେ ତୁଲାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ