Connect with us

ଓଡିଶା

ଦୁର୍ନୀତି ନିବାରଣ ସଂସ୍ଥାକୁ ଶକ୍ତିଶାଳୀ କରିବାପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି : ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ଦୁର୍ନୀତି ନିବାରଣ ସଂସ୍ଥାକୁ ଶକ୍ତିଶାଳୀ କରିବାପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୧ ନଭେମ୍ବର – ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥାକୁ ଅଧିକ ଶକ୍ତିଶାଳୀ ଓ ଦକ୍ଷ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ, ଇତିମଧ୍ୟରେ ରାଉରକେଲା ଠାରେ ଦୁର୍ନୀତି ନିର୍ବାରଣ ଡିଭିଜନ୍ ପ୍ରତିଷ୍ଠା ଲାଗି ମଂଜୁର କରାଯାଇଛି । ଭିଜିଲାନ୍ସ ଅଧିକାରୀମାନେ ଯେପରି ମାମଲା ଗୁଡିକର ଦକ୍ଷତାର ସହ ତଦନ୍ତ କରିପାରିବେ ସେଥିପାଇଁ ରାଜଧାନୀରେ ଭିଜିଲାନ୍ସ ଏକାଡେମୀ ପ୍ରତିଷ୍ଠା କରାଯାଇଛି । ଦୁର୍ନୀତି ରୋକିବା କ୍ଷେତ୍ରରେ ଭିଜିଲାନ୍ସ ସଂସ୍ଥା ଯେଉଁଭଳି କାର୍ଯ୍ୟ କରୁଛି ତାହା ପ୍ରଶଂସନୀୟ । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ମୂଳୋତ୍ପାଟନ କରି ସ୍ୱଚ୍ଛତା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୫ ଜଣ ଭିଜିଲାନ୍ସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ଓ ସାର୍ଟିଫିକେଟ୍ ଦେଇ ସମ୍ମାନିତ କରିଥିଲେ । ଏହା ବ୍ୟତୀତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ୧୦ ଜଣ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର , ଭିଜିଲାନ୍ସ ଆଇ ଜି ପି. ଏସ୍ ରଣପିସେ ଏବଂ , ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା