Connect with us

ଓଡିଶା

ଆଜି ରାଜ୍ୟ କ୍ୟାବିନେଟ୍ l

ଆଜି ରାଜ୍ୟ କ୍ୟାବିନେଟ୍ l

ଆଜି ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର,୨ା୯ : ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସଂଧ୍ୟା ୬ଟା ୧୫ ମିନିଟ୍ରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି ବୈଠକରେ ୪ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଆସନ୍ତା ୩୦ ତାରିଖ ସୁଦ୍ଧା ରାଜ୍ୟରେ ୬୫ଟି ପୌର ପରିଷଦର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏବଂ ପୌର ନିର୍ବାଚନ ଠିକଣା ସମୟରେ ହେବାର ସମ୍ଭାବନା ନଥିବାରୁ ଏହି ବୈଠକରେ ସମ୍ପୃକ୍ତ ପୌର ପରିଷଦ ଗୁଡିକର କାର୍ଯ୍ୟକାଳ ଆଉ ୬ମାସ ବଢ଼ାଇବା ନିମନ୍ତେ ଅଧ୍ୟାଦେଶ ଆଣିବାର ନିଷ୍ପତ୍ତି ଉପରେ କ୍ୟାବିନେଟ୍ ମୋହର ଲାଗିପାରେ ବୋଲି କୁହାଯାଉଛି ।

ବିଧାନସଭାରେ ମୌସୁମୀ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବାରୁ ବୈଠକରେ ଗୃହରେ ହେବାକୁ ଥିବା କିଛି ବିଲ୍ ସମ୍ପର୍କରେ କ୍ୟାବିନେଟ୍କୁ ଅବଗତ କରାଯାଇପାରେ । ସେହିପରି ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ କରାଯିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ବୋଲି କେତେକ ସୂତ୍ର ଅନୁମାନ କରିଛନ୍ତି ।

ବିଜେଡି ବିଧାୟକ ଦଳ ବେଠକ ସୋମବାର ଅପରାହ୍ନ ୫ଟା ୪୫ ମିନିଟ୍ରେ ବସିବାକୁ ଥିବାରୁ ଏହାର ଠିକ୍ ପରେ କ୍ୟାବିନେଟ୍ ବୈଠକ ବସିବ । ତେବେ କ୍ୟାବିନେଟ୍ ବୈଠକରେ ମନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲେ ମଧ୍ୟ କାହାକୁ ପୂର୍ବରୁ ଏଜେଣ୍ଡା ସମ୍ପର୍କରେ କୌଣସି ସୂଚନା ନଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା