Connect with us

ଆଞ୍ଚଳିକ

ଜନ୍ମାଷ୍ଟମୀରେ ଗଭୀର ସମୁଦ୍ରରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ଜନ୍ମାଷ୍ଟମୀରେ ଗଭୀର ସମୁଦ୍ରରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ପୁରୀ,୨ା୯: ରବିବାର ଜନ୍ମାଷ୍ଟମୀରେ ଗଭୀର ସମୁଦ୍ରରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି । କଟକ ସ୍ଥିତ ପିଲୁ ମୋଦି କଲେଜ ଅଫ୍‌ ଅର୍ଚିଟିଏଚର ବିକାଶ କୁମାର(୨୩), ବେଦ କୁମାର(୨୦), ସୁମନ କୁମାର ଏବଂ ଅଙ୍କିତା ରାୟ(୨୨)ଙ୍କ ସମେତ ମହମ୍ମଦ ଇଦାଦଉଲ୍ଲା ଓ ରଜତ ପାଣ୍ଡେ ଆଜି ଛୁଟି ଥିବାରୁ ୩ଟି ବାଇକରେ ରବିବାର ସକାଳେ ପୁରୀ ବୁଲିବାକୁ ଆସିଥିଲେ । ହୋଟେଲ ମେ’ ଫେୟର ପଛପଟ ସମୁଦ୍ରରେ ସମସ୍ତେ ସମୁଦ୍ର ସ୍ନାନର ମଜା ନେଉଥିଲେ ।

ଗାଧୋଉଥିବା ଅବସ୍ଥାରେ ରଜତ୍‌ ଗଭୀର ସମୁଦ୍ରକୁ ଚାଲି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ମହମ୍ମଦ ମଧ୍ୟ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ । କୂଳରେ ଥିବା ଅନ୍ୟ ଛାତ୍ରମାନଙ୍କ ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡମାନେ ସମୁଦ୍ରରେ ଦୀର୍ଘ ସମୟ ପରିଶ୍ରମ କରି ଉଭୟଙ୍କୁ କୂଳକୁ ଆଣିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକମାନେ ହେଲେ ଜାମସେଦପୁରର ରଜତ ପାଣ୍ଡେ(୨୩) ଓ ଦିଲୀର ମହମ୍ମଦ ଇଦାଦଉଲ୍ଲା(୨୨) । ସମୁଦ୍ରକୂଳ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ଥାନାରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପୋଲିସ ମୃତ ଛାତ୍ର ଦ୍ୱୟଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ