Connect with us

ଓଡିଶା

ଆଜି ବିଜେପୁର ଓ ଯାଡାରେ ବିଜେପି ବିଜୟ ସଂକଳ୍ପ ସମାବେଶ

ସାଙ୍କେତିକ

ଆଜି ବିଜେପୁର ଓ ଯାଡାରେ ବିଜେପି ବିଜୟ ସଂକଳ୍ପ ସମାବେଶ
– ଯୋଗଦେବେ ବିଶ୍ୱଭୂଷଣ ହରିଚନ୍ଦନ , ଡା.ଦାମୋଦର ରାଉତ
ଭୁବନେଶ୍ୱର,୧୯ ମାର୍ଚ୍ଚ – ବୁଧବାର ଦିନବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଲାଉମୁଣ୍ଡାଠାରେ ଓ କେଉଁଝର ଜିଲ୍ଲାର ଯାଡା ବ୍ଲକ ଅନ୍ତର୍ଗତ ଦେଓଝର ଗ୍ରାମ ପଂଚାୟତର ସିଆଲେଯାଡାଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବ । ଏଥିରେ ବରିଷ୍ଠ ବିଜେପି ନେତା ଡା. ବିଶ୍ୱଭୂଷଣ ହରିଚନ୍ଦନ ଏବଂ ଡା.ଦାମୋଦର ରାଉତ ଯୋଗ ଦେବେ । ଶ୍ରୀ ହରିଚନ୍ଦନ ଏବଂ ରାଉତ ଆସନ୍ତାକାଲି ଦିନ ୧୧ଟା ୩୦ ମିନିଟରେ ମିନିଟରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ । ଏହା ପରେ ଉଭୟ ଶ୍ରୀ ହରିଚନ୍ଦନ ଓ ଡା.ରାଉତ ଅପରାହ୍ନ ୨ଟାରେ ଯାଡା ବ୍ଲକ ଅନ୍ତର୍ଗତ ଦେଓଝର ଗ୍ରାମ ପଂଚାୟତର ସିଆଲେଯାଡାଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଏହି ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ମୁଖପାତ୍ର ବରିଷ୍ଠ ଆଇନଜୀବି ପୀତାମ୍ବର ଆଚାର୍ଯ୍ୟ ଏବଂ ବିଜେପି ନେତ୍ରୀ ତଥା ସିନେ ଅଭିନେତ୍ରୀ ଅନୁ ଚୈାଧୁରୀ ଉପସ୍ଥିତ ରହିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା