Connect with us

ଓଡିଶା

ବାଲେଶ୍ୱର ଜିଲ୍ଲାପାଳଙ୍କ ବିଜେଡି ପ୍ରୀତି ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ବିଧାୟକ

ସାଙ୍କେତିକ

ବାଲେଶ୍ୱର ଜିଲ୍ଲାପାଳଙ୍କ ବିଜେଡି ପ୍ରୀତି ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ଗୋବିନ୍ଦ ଦାଶ
ଭୁବନେଶ୍ୱର,୧୯ ମାର୍ଚ୍ଚ – ବର୍ତମାନର ଜିଲ୍ଲାପାଳ ରମରଶ ଚନ୍ଦ୍ର ରାଉତ ଓ ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ ସରକାରୀ ଦଳର ହାତବାରିସୀ ହୋଇ କାର୍ଯ୍ୟ କରୁଛନ୍ତି । ରେମୁଣାରେ ବିଜେପିର ବିଧାୟକ, ଚେୟାରମେନ ଓ ଅନ୍ୟ ଲୋକ ପ୍ରତିନିଧିମାନଙ୍କୁ ଜନସାଧାରଣରେ ନ୍ୟୁନ କରିବା ଓ “ବିଜେଡିକୁ ଭୋଟ ନାହିଁ ତ ରେମୁଣାର ବିକାଶ ନାହିଁ”ର ନାରାକୁ ରେମୁଣାବାସୀଙ୍କ ନିକଟରେ ପହଂଚାବାକୁ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରାନ୍ତ କରୁଛନ୍ତି । ଏପରିକି ଶାସକ ଦଳ ହିତରେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ ନିଜର ଏକାନ୍ତ ଅନୁଗତମାନଙ୍କୁ ନେଇ ଏକ “କୋର କମିଟି” ଗଠନ କରିଛନ୍ତି ଏବଂ ଏହିମାନେ ନିର୍ବାଚନରେ ଇଭିଏମ ଟେଂପରିଂ କରିବାରେ ସିଦ୍ଧହସ୍ତ । ଜିଲ୍ଲାପାଳଙ୍କ ଘର ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଏବଂ ବର୍ତମାନର ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରି ଅଂଚଳରେ । ବାଲେଶ୍ୱର ଜିଲ୍ଲାର ଦୁଇ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ସୋର ଓ ସିମୁଳିଆ ଭଦ୍ରକ ଲୋକସଭା ଅନ୍ତର୍ଗତ ହୋଇଥିବାରୁ ଜିଲ୍ଲାପାଳ ଶ୍ରୀ ରାଉତ ବାଲେଶ୍ୱର ଜିଲ୍ଲାର ନିର୍ବାଚନରେ ରିଟର୍ନିଙ୍ଗ ଅଫିସର ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ଏହା ଆଦର୍ଶ ନିର୍ବାଚନ ବିଧିକୁ ଉଲ୍ଲଂଘନ କରୁଛି । ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଧାନଙ୍କୁ ତୁରନ୍ତ ବଦଳି କରିବାକୁ ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାଶ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧରକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ରାଉତ ଏବଂ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ନିଜକୁ ସରକାରୀ ଦଳର ପ୍ରବକ୍ତା ଓ ମେନେଜର ଭଳି କାର୍ଯ୍ୟ କରୁଛନ୍ତି । ଶାସକ ଦଳର ହାତବାରିସୀ ସାଜି ଉଭୟ ବିରୋଧୀ ଦିଜେପି ଦଳର କାର୍ଯ୍ୟକର୍ତା ଓ ସମର୍ଥକଙ୍କୁ ସଂପୂର୍ଣ୍ଣ ଅଣଦେଖା କରିବା ସହ ବିକାଶ ମୂଳକ କାର୍ଯ୍ୟରେ ଅସହଯୋଗ କରୁଛନ୍ତି । ବିଶେଷ ଭାବେ ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟକ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଓ ସଦ୍ୟ. ଓରପଂଚ ଓ ସମିତି ସଭ୍ୟ ବିଜେପି ଦଳର ହୋଇଥିବା କାରଣରୁ ସେମାନଙ୍କ କାର୍ଯ୍ୟକୁ ଅଂକୁଶ ଲଗାଇ ବିଭିନ୍ନ ଉନ୍ନୟନ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ପ୍ରଦାନ କରିବାରେ ପ୍ରତିବନ୍ଧକ ସାଜିଛନ୍ତି । ସେହିଭଳି ବିଧାୟକଙ୍କ ନିଜସ୍ୱ ପାଂଠି, ଏସପିଏଫ, ଏସିଡିପି ଯୋଜନାରେ ୪୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇନପାରି ପଡି ରହିଛି । ନିର୍ବାଚନୀ ଅଚରଣ ବିଧି ଲାଗିବା ପୂର୍ବରୁ ଜିଲ୍ଲାର ସବୁ ବିଡିଓମାନେ ତତ୍ପରତା ଦେଖାଇ କାର୍ଯ୍ୟାଦେଶ ପ୍ରଦାନ କରିଥିବାବେଳେ ଜିଲ୍ଲାପାଳଙ୍କ ଅଲିଖିତ ନିର୍ଦ୍ଦେଶରେ ରେମୁଣା ବିଡିଓ କାର୍ଯ୍ୟାଦେଶ ପ୍ରଦାନ କଲେ ନାହିଁ । ଜିଲ୍ଲାପାଳ ‘ରାଜନୈତିକ ଡନ୍’ ଭାବେ ନିଜକୁ ନିଜେ ପ୍ରତିପାଦନ କରୁଛନ୍ତି ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି ।
ଶାସକ ବିଜେଡି ସାସଦ ରବିନ୍ଦ୍ର ଜେନାଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ମନ୍ଦ ଉଦ୍ଦେଶ୍ୟରେ ଅନୁଦାନ ଅର୍ଥ ପ୍ରଦାନ କରିନାହାନ୍ତି ବୋଲି ଶ୍ରୀ ଦାଶ ଆୟୋଗଙ୍କ ପାଖରେ ଅଭିଯୋଗ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ଆଇନଜୀବି ଜୟନ୍ତ ଜେନା, ଅନିଲ କୁମାର ଶତପଥୀ, ସତ୍ୟବ୍ରତ ନାୟଶୋଭନ ଦାଶ ପ୍ରମୁଖ ସାମିଲ ଥିଲେ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା