Connect with us

ଓଡିଶା

ନବୀନବାବୁ କେବଳ ଚିଠି ଲେଖି ଜାଣନ୍ତି, ବିକାଶ ନୁହେଁ : ବିଜେପି

ସାଙ୍କେତିକ

ନବୀନବାବୁ କେବଳ ଚିଠି ଲେଖି ଜାଣନ୍ତି, ବିକାଶ ନୁହେଁ : ବିଜେପି
ଭୁବନେଶ୍ୱର :- ନବୀନବାବୁ କେବଳ ଚିଠି ଲେଖି ଜାଣନ୍ତି, ବିକାଶ ନୁହେଁ । ଓଡିଶାର ଜଳସେଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଦୌ ଦରଦ ନାହିଁ । ଜଳସେଚନ କେବଳ କାଗଜ କଲମରେ ଚାଲିଛି । ନିଜ ଦାୟୀତ୍ୱରୁ ମୁଖ୍ୟମନ୍ତ୍ରୀ ଖସିବା ପାଇଁ ଚିଠି ଲେଖି ବାହାନା କରୁଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି କି, ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ୯ଟି ପ୍ରଶ୍ନ ପଚାରିଥିଲେ । ୯ଟି ପ୍ରଶ୍ନର ଉତର ନରଖି କେବଳ ଜଳସେଚନ ପ୍ରଶ୍ନର ଉତର ଦେବାର ଯଥାର୍ଥ କିଛି ନାହିଁ । ଅନ୍ୟପଟେ ଜଳସେଚନ ଉତର ଦେବାକୁଯାଇ ମୁଖ୍ୟମନ୍ତ୍ରୀ ଭୁଲ ତଥ୍ୟ ଦେଇଛନ୍ତି । ଗତ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ବିଧାନସଭା ଗୃହରେ ବିଧାୟକ କେ.ଭି ସିଂହଦେଓଙ୍କ ପ୍ରଶ୍ନର ଉତରରେ ଜଳସଂପଦ ମନ୍ତ୍ରୀ କହିଥିଲେ କି , ରାଜ୍ୟର ୯ଟି ବୃହତ ଜଳସେଚନ, ୮ଟି ମଧ୍ୟମ ଜଳସେଚନ ପ୍ରକଳ୍ପ, ୧୬୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କୌଣସି ଗୋଟିଏ କାର୍ଯ୍ୟକାରୀ ହେଇପାରିଲା ନାହିଁ । ରାଜ୍ୟର ୨୦ ବର୍ଷ ମଧ୍ୟରେ ଜମି ଅଧିଗ୍ରହଣ ଆଳ ଓ ଯୋଜନା ଅଟକଳ ବୃଦ୍ଧି ପାଇଁ କାର୍ଯ୍ୟ ନହେବା ଦର୍ଶାଇବା ରାଜ୍ୟସରକାରଙ୍କ ଅପାରଗତା ନୁହେଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା