Connect with us

ଆଞ୍ଚଳିକ

ଆଜିଠୁ ଖଣ୍ଡଗିରି ମେଳା

ଆଜିଠୁ ଖଣ୍ଡଗିରି ମେଳା

ଆଜିଠୁ ଖଣ୍ଡଗିରି ମେଳା
ଭୁବନେଶ୍ୱର, ୧ଫେବୃଆରୀ – ଆଜିଠାରୁ ଖଣ୍ଡଗିରିରେ ମାଘ ସପ୍ତମୀ ମେଳା ଆରମ୍ଭ ହେଲା । ଏଥିପାଇଁ ଖଣ୍ଡଗିରି ପାହାଡରେ ସାଧୁସନ୍ଥଙ୍କ ସମାଗମ ହୋଇଛି । ଖଣ୍ଡଗିରି ପାଦଦେଶରେ ୩୦୦ ଷ୍ଟଲ ଖୋଲିଛି । ଆସନ୍ତା ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ମାଘ ସପ୍ତମୀ ମେଳା ଚାଲିବ । ଏଥିପାଇଁ ବିଏମସି ପକ୍ଷରୁ ସମସ୍ତ ପ୍ରକାରର ସୁବିଧା କରାଯିବା ସହ ପୋଲିସ ପକ୍ଷରୁ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି ଉଭୟେ ବିଏମସି ଏବଂ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ବିଏମସି ପକ୍ଷରୁ ଫାଷ୍ଟ ଏଡ଼୍‌ର ସୁବିଧା, ପାନୀୟ ଜଳ, ପ୍ରସ୍ତୁତି ଖାଦ୍ୟ ପଦାର୍ଥର ତନଖି, ଅସ୍ଥାୟୀ ପରିମଳ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଯାତ୍ରାପାର୍ଟିମାନଙ୍କରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଉପରେ ରୋକ୍ ଲଗାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ