Connect with us

ଓଡିଶା

ଆଜିଠାରୁ କୃଷି ଓଡିଶା -୨୦୧୯, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ଆଜିଠାରୁ କୃଷି ଓଡିଶା -୨୦୧୯, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ,୧୪ ଜାନୁଆରୀ, ମଙ୍ଗଳବାର ପୂର୍ବାହ୍ନରେ ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆ ଠାରେ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡିଶା -୨୦୧୯’ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ମହୋତ୍ସବର ଶୁଭ ଉଦଘାଟନ କରିବେ । ରାଜ୍ୟ ଅର୍ଥ , କୃଷି ଓ କୃଷକ ସଶକ୍ତି କରଣ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଶଶି ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସିଆଇଆଇ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି , କୃଷି କଲ୍ୟାଣ ଓ ମୂଲ୍ୟ ଆୟୋଗ ଅଧ୍ୟକ୍ଷ ବିଜୟ ପାଲ ଶର୍ମା , କୃଷି ବିଭାଗ ସଚିବ ସୌରଭ ଗର୍ଗ ଓ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ କମିଶନର ବିଶାଲ ଗଗନ ପ୍ରମୁଖ ଉପସ୍ଥିତ ରହିବେ ।

ଏହି ଉପଲକ୍ଷେ କୃଷି ପ୍ରଦର୍ଶନୀ , କୃଷକ ଓ ବୈଜ୍ଞାନିକ ଆଲୋଚନା ଚକ୍ର ଆୟୋଜିତ ହେବ ଏବଂ ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷ ଲାଭ କରିଥିବା ୧୨୦ ଜଣ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ୧୯ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ ବୋଲି କୃଷି ନିର୍ଦ୍ଦେଶକ ଏମ୍ . ମୁଥୁକୁମାର ସୂଚନା ଦେଇଛନ୍ତି । ଏଥିରେ ୧୮୦ ଗୋଟି ପ୍ରଦର୍ଶନୀ ମଣ୍ଡପ ସ୍ଥାନ ପାଇଛି ।ଏତଦ୍ବ୍ୟତୀତ ଏହି ୫ଦିନିଆ ମହୋତ୍ସବରେ ଚାଷୀଙ୍କ ଆୟକୁ ବହୁଗୁଣିତ କରିବା କୃଷି ଉଦ୍ୟୋଗୀକରଣ ଜୈବିକ କୃଷି, ସାମୁଦ୍ରିକ ଓ ମଧୁର ଜଳ ମାଛର ପ୍ରକ୍ରିୟାକରଣ, ଶିତଳୀକରଣ ଓ ଗୋଦାମ ଗୃହ, କୃଷି ଯାନ୍ତ୍ରିକୀକରଣ ଓ କୃଷି କ୍ଷେତ୍ରରେ ଦକ୍ଷତା ବୃଦ୍ଧି, ମସଲା ଓ ସୁଗନ୍ଧ ଜାତୀୟ ଦ୍ରବ୍ୟର ବଜାର ସଂଯୋଗୀକରଣ ଏବଂ କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକା ଉପରେ ଆଲୋଚନା ଚକ୍ର ଆୟୋଜିତ ହେବ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗତ ୧୧ ତାରିଖରେ କନ୍ଦମୂଳକୁ ମୁଖ୍ୟମନ୍ତ୍ରୀ କୃଷି ଓଡିଶା -୨୦୧୯ର ଲୋଗୋ ଭାବେ ଉନ୍ମୋଚନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା