Connect with us

ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତର ଦେଲେ ରବି ଶଙ୍କର

ସାଙ୍କେତିକ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ
ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତର ଦେଲେ ରବି ଶଙ୍କର
ଭୁବନେଶ୍ୱର,୧୪ା୧ :ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିର ଉତ୍ତର ଦେଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ । ପ୍ରଥମେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ କଥା ହେବାକୁ ରବି ଶଙ୍କର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ଯଶୱନ୍ତ ସିଂହ କମିଶନଙ୍କ ସୁପାରିସ ଅନୁସାରେ ମୁଖ୍ୟ ବିଚାରପତି ହିଁ ନେବେ ବୋଲି ରବି ଶଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି ।

ସୂଚନାଥାଉ କି, ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ଲେଖାକୁ ସମାଲୋଚନା କରିଥିଲେ ଓଡ଼ିଶା ଓକିଲ ସମୂହ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) । ସିଏସିର କହିବା କଥା ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଲେଖୁଥିବା ଚିଠିରେ କୌଣସି ନୂତନତା ନାହିଁ । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ପଶ୍ଚିମାଞ୍ଚଳ ଆନ୍ଦୋଳନକୁ ଗୁରୁତ୍ୱହୀନ କରିବାକୁ ଚେଷ୍ଟା କରୁଛନ୍ତି । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ କୌଣସି ଠୋସ୍ ପ୍ରସ୍ତାବ ନ ଦେଇ କେବଳ ଚିଠି ଲେଖି ରାଜ୍ୟ ସରକାର ନିଜ କର୍ତ୍ତବ୍ୟରୁ ମୁହଁ ମୋଡି ନେଉଛନ୍ତି ।

ପଶ୍ଚିମାଞ୍ଚଳ ଆନ୍ଦୋଳନକୁ ଗୁରୁତ୍ୱହୀନ କରିବା ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ଚାଲ ବୋଲି ଆବାହକ ଅଶୋକ ଦାଶ କ୍ଷୋଭ ପ୍ରକାଶ କରି କହିଛନ୍ତି । ସିଏସି ସମ୍ପାଦକ ନିରଞ୍ଜନ ତ୍ରିପାଠୀ କହିଥିଲେ ଯେ, ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କେଉଁଠି ହେବ ତା’ର ସ୍ଥାନ ନିର୍ଣ୍ଣୟ, କେଉଁ କେଉଁ ଅଞ୍ଚଳକୁ ନେଇ ବେଞ୍ଚ ପ୍ରତିଷ୍ଠା ହେବ, ଏହି ବେଞ୍ଚରେ କେତେଜଣ ଜଜ ରହିବେ ଓ ଭିତ୍ତିଭୂମି ସଂକ୍ରାନ୍ତରେ କିଛି ଉଲ୍ଲେଖ କରି ନାହାନ୍ତି ।

କେବଳ ନିଜ ମୁଣ୍ଡରୁ ଦୋଷ ଛଡାଇବା ପାଇଁ ରାଜ୍ୟ ସରକାର ନାମକୁ ମାତ୍ର କେନ୍ଦ୍ର ସରକାରଙ୍କ ପାଖକୁ ଚିଠି ଲେଖୁଛନ୍ତି । ଯାହାକୁ ସିଏସି ଖଣ୍ଡନ କରୁଛି ବୋଲି ଏହାର ସମ୍ପାଦକ ନିରଞ୍ଜନ ତ୍ରିପାଠୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ