Connect with us

ଅପରାଧ

ଅଭିଜିତଙ୍କ ଜାମିନ ଆବେଦନ ଖାରଜ

ସାଙ୍କେତିକ ଚିତ୍ର

ଅଭିଜିତଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ,୪ା୧୦ : ଗୁରୁବାର ସୁପ୍ରିମକୋର୍ଟ ଅଭିଜିତ ଆୟର ମିତ୍ରଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଓଡ଼ିଶାର କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ସେ ଦେଇଥିବା ଅଶାଳୀନ ମନ୍ତବ୍ୟ କୋଟି କୋଟି ଓଡ଼ିଆଙ୍କ ମନକୁ ଗଭୀର କ୍ଷତ ପହଞ୍ଚାଇଛି । ତେଣୁ ତାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଛି ବୋଲି ସୂଚନା ମିଳିଛି ।

ସୂଚନାଥାଉ କି, ଗତ ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ ଅଭିଜିତ ଆୟାର ମିତ୍ର ଓ ଆରତୀ ଟିକୁ ସିଂ ଚିଲିକା, କୋଣାର୍କ, ପୁରୀ ସମେତ ଅନ୍ୟାନ୍ୟ ସ୍ଥାନ ଭ୍ରମଣ କରିଥିଲେ । ଚିଲିକା ହ୍ରଦର ଅତି ନିକଟରେ ହେଲିକପ୍ଟର ଉଡିବା ନେଇ ବୈଜୟନ୍ତ ପଣ୍ଡା ବିବାଦକୁ ଟାଣି ହୋଇଥିବା ବେଳେ ତାଙ୍କ ବନ୍ଧୁ ଅଭିଜିତ୍ ଆୟର ମିତ୍ରଙ୍କର କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ଯ୍ୟକୁ ନେଇ ଦେଇଥିବା ଅଶାଳୀନ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତି ଜୋର ଧରିଥିଲା ।

ଅଭିଜିତ ଆୟର ମିତ୍ର ପୁରା ଶ୍ରୀମନ୍ଦିରକୁ ଏକ ପର୍ଯ୍ୟଟନ ସ୍ଥଳ ବୋଲି କହିଥିଲେ । ଏହା ସହ ଦମ୍ ଅଛି ତ ଗିରଫ କରି ଦେଖାଅ ବୋଲି ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ । ପରେ ସେପ୍ଟେମ୍ବର ୨୦ରେ ଅଭିଜିତଙ୍କୁ ଦିଲ୍ଲୀ ନିଜାମୁଦ୍ଦିନ ଥାନା ପୋଲିସ ତାଙ୍କୁ ଗିରଫ କରିବା ପରେ ଜାମିନରେ ମୁକୁଳିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ