Connect with us

ଓଡିଶା

ଶିକ୍ଷକଙ୍କ ଦାବି ମାନିଲେ ସରକାର

ସାଙ୍କେତିକ ଚିତ୍ର

ଶିକ୍ଷକଙ୍କ ଦାବି ମାନିଲେ ସରକାର
ଭୁବନେଶ୍ୱର,୪ା୧୦ : ରାଜ୍ୟ ସରକାର ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବି ମାନିଛନ୍ତି । ଗ୍ରେଡ୍ ପେ ୨୨୦୦ ଟଙ୍କାରୁ ୨୮୦୦ ଟଙ୍କାକୁ ବୃଦ୍ଧି କରିବା ଏବଂ କ୍ୟାଡର ପୁର୍ନଗଠନ ଦାବିକୁ ମଧ୍ୟ ସରକାର ମାନି ନେଇଛନ୍ତି । ଏହାସହ ହେଡ୍ ମାଷ୍ଟର ପଦବୀ ୯ହଜାରରୁ ୧୨ ହଜାର ବୃଦ୍ଧି ଦାବକୁ ମଧ୍ୟ ସରକାର ମାନିଛନ୍ତି । କ୍ୟାଡର ପୁର୍ନଗଠନକାର୍ଯ୍ୟକାରୀ ହେଲେ ରାଜ୍ୟରେ କାର୍ଯ୍ୟ କରୁଥିବା ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ବିଶେଷ ଭାବେ ଉପକୃତ ହେବେ ।

ଏସମ୍ପର୍କରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯିବ ବୋଲି ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ପ୍ରକାଶ କରିଛନ୍ତି । କ୍ୟାଡରରେ ପରିବର୍ତନ ଅ।ଣି ସେମାନଙ୍କ ଚାକିରୀ କାଳ ମଧ୍ୟରେ ଅତି କମରେ ୩ଟି ପିରବର୍ତନ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ଦାବି ପୂରଣ ନେଇ ଶିକ୍ଷକ ସଂଘ ଓ ମୁଖ୍ୟମନ୍ତ୍ରୀ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହିତ ସଚିବାଳୟ ଠାରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଶିକ୍ଷକଙ୍କ ଦାବି ପୂରଣ ନେଇ ସଚିବ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମହାରଣା କହିଛନ୍ତି । ଏହି ନିଷ୍ପତି ଅନୁସାରେ ଏଲିମେଂଟାରୀ କ୍ୟାଡରରେ ବରିଷ୍ଠ ଶିକ୍ଷକ, ଶିକ୍ଷକ ଏବଂ ବରିଷ୍ଠ ପ୍ରଧାନ ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଏହା ସହ ଲେବୁଲ-୪ ଓ ଲେବୁଲ-୨ ପଦବୀ ସଂଖ୍ୟା ଯଥେଷ୍ଟ ବଢାଇ ଦିଅ।ଯାଇଛି ଏବଂ ବେତନ ହାରରେ ବୃଦ୍ଧି ମଧ୍ୟ ଘଟିଛି ।

ଶ୍ରୀ ମହାରଣା କହିଛନ୍ତି ଯେ ଏନସିଟିଇ ଗାଇଡ୍ ଲାଇନ୍ ଅନୁସାରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କର ପଦବୀ ମାଟ୍ରିକ ସିଟିରୁ ଯୁକ୍ତ ୨ ସିଟିକୁ ଅପଗ୍ରେଡ଼ କରି ମୂଳ ଦରମା ସହ ୨୮୦୦ ଗ୍ରେଡ଼୍ ଦେବା, କନିଷ୍ଠ ଶିକ୍ଷକମାନଙ୍କ ମୂଳ ଦରମାର ୨୫ ପ୍ରତିଶତ ବୃଦ୍ଧି ସହ ପ୍ରତିବର୍ଷ ୧୦ ପ୍ରତିଶତ ଇନ୍କ୍ରିମେଂଟ ଦେବା, ଠିକା କାର୍ଯ୍ୟକାଳକୁ ଇନ୍କ୍ରିମେଂଟ ଦେଇ ମୂଳ ଚାକିରୀରେ ଗଣନା କରିବା, ଭିନ୍ନ ଭିନ୍ନ ଶ୍ରେଣୀ ବିଶିଷ୍ଟ ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ଅଷ୍ଟମ ଶ୍ରେଣୀରେ ପରିଣତ କରି ବିଷୟଭିତିକ ଶିକ୍ଷକ ନିଯୁକ୍ତି କରିବା ସହ ସେହି ଶିକ୍ଷକମାନଙ୍କୁ ତଦନୁଯାୟୀ ଦରମା ଦେବା ଓ ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନ୍ସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ଦାବି ପୂରଣ କରିବାରେ ସମୟ ଗଡ଼ାଇ ଚାଲିଥିଲେ । ଗତ ସେପ୍ଟେମ୍ବର ୬ ତାରିଖରୁ ବିଭିନ୍ନ ଦାବି ନେଇ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦାଳନ ଜାରୀ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା