Connect with us

ଦେଶ

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ଓଡିଶାର ମଣ୍ଡପ

ସାଙ୍କେତିକ

ଦିଲ୍ଲୀବାସୀ ଦେଖିବେ ଓଡିଶାର କଳା ଓ ସଂସ୍କୃତିର ଝଲକ
-ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ଓଡିଶାର ମଣ୍ଡପ
ଭୁବନେଶ୍ୱର, ୦୭ ନଭେମ୍ବର – ଚଳିତ ବର୍ଷ ନୂଆଦିଲ୍ଲୀର ପ୍ରଗତି ମୈଦାନଠାରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ଓଡିଶାର ଆକର୍ଷଣୀୟ ମଣ୍ଡପ । ଏହି ଅନ୍ତର୍ଜାତୀୟ ମେଳାରେ ଓଡିଶାର ବଛା ବଛା କଳାକାରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମଣ୍ଡପରେ ଓଡିଶାର ଶିଳ୍ପାନୁକୂଳ ବାତାବରଣ ଏବଂ ପୁଂଜି ନିବେଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଇଥିବା ବ୍ୟାପକ ସୁବିଧା ଓ ସରଳ ବ୍ୟବସ୍ଥା ସଂପର୍କରେ ଉପସ୍ଥାପନ କରାଯିବ । ଚଳିତ ବର୍ଷ ବାଣିଜ୍ୟ ମେଳାର ଥିମ୍ ରହିଛି “ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍” । ଥିମ୍ ଅନୁଯାୟୀ ମେଳାରେ ଓଡିଶାକୁ ଯଥାର୍ଥ ଭାବରେ ଉପସ୍ଥାପନ କରିବା ଏବଂ ଏହାର ସଫଳ ଆୟୋଜନ ନେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଲୋକସେବା ଭବନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ।
ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣୀୟ ମଣ୍ଡପ ଓ ପ୍ରଦର୍ଶନୀ ଷ୍ଟଲ ପ୍ରସ୍ତୁତି, ସାଂସ୍କୃତିକ କାର୍ଯ୍ୟକ୍ରମ, ନୂଆଦିଲ୍ଲୀରେ ସାଂବାଦିକ ସମ୍ମିଳନୀ, ଓଡିଶା ଦିବସ ଅବସରରେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ପ୍ରଭୃତି ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଚଳିତ ନଭେମ୍ବର ମାସ ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ମେଳା ଅବସରରେ ନଭେମ୍ବର ୨୧ ତାରିଖରେ ନୂଆଦିଲ୍ଳୀ ପ୍ରଗତି ମୈଦାନର ହଂସଧ୍ୱନୀ ଥିଏଟରରେ ଓଡିଶା ଦିବସ ଅନୁଷ୍ଠିତ ହେବ । ଏହି ବାଣିଜ୍ୟ ମେଳାରେ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ନୋଡାଲ ବିଭାଗ ଭାବେ ଅଂଶ ଗ୍ରହଣ କରୁଥିବା ବେଳେ ଇପିକଲ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ଯୋଗ ଦେଉଛନ୍ତି ।
ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ଅତିିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି ଓ ଶ୍ରୀ ସୁବାସ ଚନ୍ଦ୍ର ସୁପକାର, ଉପ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ପ୍ରଦର୍ଶନୀ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ

Click to comment

Leave a Reply

Your email address will not be published. Required fields are marked *

More in ଦେଶ