Connect with us

ଓଡିଶା

ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଛି ଓଡିଶା

ସାଙ୍କେତିକ

ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଛି ଓଡିଶା
ଭୁବନେଶ୍ୱର, ୧୭ ଜୁଲାଇ – ଚାଉଳ ବ୍ୟତୀତ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଗହମ , ଡାଲି , ଖାଇବା ତେଲ , ଆଳୁ , ପିଆଜ ଓ ଚିନି ଇତ୍ୟାଦି ପାଇଁ ପଡୋଶୀ ରାଜ୍ୟ ମହାରାଷ୍ଟ୍ର , ଛତିଶଗଡ , ଉତରପ୍ରଦେଶ , ପଶ୍ଚିମ ବଙ୍ଗ , ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟ ଉପରେ ରାଜ୍ୟ ନିର୍ଭର କରିଥାଏ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପକ୍ଷରୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ପ୍ରକାଶ କରିଛନ୍ତି ।
ରାଜ୍ୟବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ବ୍ୟବସାୟୀମାନେ ରାଜ୍ୟ ବାହାରରୁ ବିଭିନ୍ନ ପ୍ରକାରର ଖାଉଟି ସାମଗ୍ରୀ ଆମଦାନୀ କରି ରାଜ୍ୟବାସୀଙ୍କ ଚାହିଦା ମେଂଟାଇ ଥାନ୍ତି । ଆମଦାନୀ କରାଯାଉଥିବା ବିଭିନ୍ନ ଖାଉଟି ସାମଗ୍ରୀର ଦର ରାଜ୍ୟ ସରକାର ନିର୍ଦ୍ଧାରଣ କରିନଥାନ୍ତିି । ତିରୋଟ ସମୟରେ ନିୟନ୍ତ୍ରଣ କରିଥାନ୍ତି । ବ୍ୟବସାୟୀମାଦେ ଯୋଗାଣ ପେଣ୍ଠର କ୍ରୟ ଦର , ପରିବହନ ଖର୍ଚ୍ଚ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚକୁ ମିଶାଇ ବିଭିନ୍ନ ଖାଉଟି ସାମଗ୍ରୀ ବିକ୍ରୟ କରିଥାନ୍ତି । ଏହାକୁ ତଦାରଖ କରିବାପାଇଁ ମାର୍କେଟ୍ ଇେଂଟଲିଜେନ୍ସ ଶାଖା କାର୍ଯ୍ୟ କରୁଛି ।
ରାଜ୍ୟର ବାର୍ଷିକ ଚାହିଦା ୬୮.୩୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର ଚାହିଦା ଥିବା ବେଳେ ଉତ୍ପାଦନ ୭୯.୧୯ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି । ସେହିପରି ଗହମ ର ଚାହିଦା ୫.୨୬ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ଉତ୍ପାଦନ ୦.୦୭ ମେଟ୍ରିକ୍ ଟନ୍ ଏବଂ ଅବଶିଷ୍ଟ ଉତରପ୍ରଦେଶ , ମଧ୍ୟପ୍ରଦେଶ ଓ ବିହାରରୁ ଅଣାଯାଉଛି । ଡାଲି ଓ ଡାଲି ଜାତ ଶସ୍ୟ ୨.୮୩ ଲକ୍ଷ ମେଟ୍ରିକ୍ ଟନ୍ ର ଆବଶ୍ୟକତା ଥିବା ବେଳେ ୮.୧ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଥିଲେ ହେଁ ମହାରାଷ୍ଟ୍ର , ଛତିଶଗଡ ଓ ତେଲେଙ୍ଗାନାରୁ ଆମଦାନୀ କରାଯାଉଛି । ଖାଇବା ତେଲ ର ଚାହିଦା ବାର୍ଷିକ ୨.୪୮ ମେଟ୍ରିକ୍ ଟନ୍ ରହିଥିବା ବେଳେ ୨.୨୮ ଉତ୍ପାଦନ ହେଉଛି ଏବଂ ରାଜସ୍ଥାନ , ଗୁଜୁରାଟ ଓ ଉତର ପ୍ରଦେଶରୁ ଆମଦାନୀ କରାଯାଉଛି । ଆଳୁ ୧୨.୭୦ ମେଟ୍ରିକ୍ ଟନ୍ ଚାହିଦା ରହିଥିବା ବେଳେ ୨.୯୪ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଛି । ବାକି ଆଳୁ ପଶ୍ଚିମ ବଙ୍ଗରୁ ଅଣାଯାଉଛି । ସେହିପରି ପିଆଜ ବାର୍ଷିକ ଚାହିଦା ୩.୪୧ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ୩.୭୪ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଛି । ମହାରାଷ୍ଟ୍ର , କର୍ଣ୍ଣାଟକ ଓ ଆନ୍ଧ୍ରରୁ ପିଆଜ ଆମଦାନୀ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଉତ୍ପାଦିତ ସାମଗ୍ରୀ ଗୁଡିକୁ ସାଇତି ରଖିବା ପାଇଁ ଆରଏମସି ମାଧ୍ୟମରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ଆଳୁ ମିଶନ କାର୍ଯ୍ୟକାରୀ ହେବା ପୂର୍ବରୁ ଓଡିଶାରେ ୧୫, ୮୦୫ ହେକ୍ଟରରେ ଆଳୁ ଚାଷ ହେଉଥିଲା । ବର୍ତମାନ ୨୫ ହଜାର ହେକ୍ଟରରେ ଆଳୁ ଚାଷ ହେଉଛି । ଶୀତଳ ଭଣ୍ଡାର ପୂର୍ବରୁ ୨୭ଟି ଥିଲା ବର୍ତମାନ ତାହା ୪୮ରେ ପହଂଚିଛି । କ୍ଷୂଦ୍ର ଡାଲି ଶିଳ୍ପ କରିବାପାଇଁ ମହିଳା ଏସଏଚଜି ଙ୍କ ମାଧ୍ୟରେ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି ।
ବିଜେପି ବିଧାୟକ ବିଧାୟକ ମୋହନ ମାଝୀଙ୍କ ଏସମ୍ପର୍କିତ ପ୍ରଶ୍ନ ଉପରେ ୩୫ ମିନିଟ୍ ଧରି ଆଲୋଚନା ହୋଇଥିଲା । ଏହି ପ୍ରଶ୍ନର ଆଲୋଚନାରେ
ଅମର ପ୍ରସାଦ ଶତପଥୀ , ପ୍ରଦୀପ ମହରଥୀ , ସୁରେଶ ରାଉତରାୟ , ସୁବାଷ ପାଣିଗ୍ରାହୀ , ତାରା ପ୍ରସାଦ ବାହିନୀପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା