Connect with us

ଓଡିଶା

ଅଙ୍ଗଦାନ କରିଥିବା ପ୍ରିୟଙ୍କାଙ୍କ ପରିବାର ଓ ଡାକ୍ତରୀ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ସାଙ୍କେତିକ

ଅଙ୍ଗଦାନ କରିଥିବା ପ୍ରିୟଙ୍କାଙ୍କ ପରିବାର ଓ ଡାକ୍ତରୀ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୦୪ ଫେବୃଆରୀ – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ପ୍ରିୟଙ୍କାରାଣୀ ପାତ୍ର ମୃତ୍ୟୁ ପରେ ଅଙ୍ଗଦାନ କରିଛନ୍ତି । କିଡନୀ ଦାନ କରି ସେ ଅଙ୍ଗଦାନକୁ ପ୍ରୋତ୍ସାହନ କରିବା ସହ ତାଙ୍କର କାର୍ଯ୍ୟ ଲୋକଙ୍କୁ ଅଙ୍ଗଦାନ କରିବା ପାଇଁ ପ୍ରେରଣା ଦେବ ଓ କିଡନୀ ପ୍ରତ୍ୟାରୋପଣ ସଫଳ କରିଥିବା ଡାକ୍ତରୀ ଦଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ପ୍ରିୟଙ୍କାଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ଅଙ୍ଗଦାନ କରିଥିବାରୁ ପରିବାର ଲୋକଙ୍କ ବଳିଦାନ ଓ ଡାକ୍ତରମାନଙ୍କ ନିଷ୍ଠାପର ଉଦ୍ୟମ ଓଡ଼ିଶାରେ ଅଙ୍ଗଦାନ ଓ ଆଧୁନିକ ଚିକିତ୍ସାରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ପ୍ରିୟଙ୍କାରାଣୀ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷିତ କରିବା ପରେ ପରିବାର ଲୋକେ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ପରେ କାଡାଭେରିକ୍ ଟ୍ରାନ୍ସପ୍ଲାଂଟ ବ୍ୟବସ୍ଥାରେ ପ୍ରିୟଙ୍କାଙ୍କ କିଡନୀ ଅନ୍ୟ ବ୍ୟକ୍ତିର ଶରୀରରେ ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କଟକ ବଡ଼ ମେଡିକାଲକୁ ନିର୍ଦ୍ଦେଶ ଦେଇଥିଲା । ଏକ ବିରଳ ଅସ୍ତ୍ରୋପ୍ରଚାର ପରେ ପ୍ରିୟଙ୍କାଙ୍କ ଅଙ୍ଗଦାନ ଯୋଗୁଁ ଦୁଇ ଜଣ ନୂଆ ଜୀବନ ପାଇପାରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା