Connect with us

ଓଡିଶା

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ୯ ତାରିଖ ଯାଏ ହେବ ବର୍ଷା, କୋହଲା ପାଗ

ସାଙ୍କେତିକ

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ୯ ତାରିଖ ଯାଏ ହେବ ବର୍ଷା, କୋହଲା ପାଗ
ଭୁବନେଶ୍ୱର, ୦୫ ଫେବୃଆରୀ – ବୁଧବାର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରୀ ରହିଛି । ବର୍ଷା ସାଙ୍ଗକୁ କୋହଲାପାଗ ଜାରୀ ରହିଛି ।
ପାଣିପାଗ ପକ୍ଷରୁ କରା ଯାଇଥିବା ପୂର୍ବାନୁମାନ ଅନୁସାରେ ପୁଣି ପାଗରେ ପରିବର୍ତନ ଆସିବ । ବର୍ଷା, ଶୀତ ପରେ ପୁଣି ପାଗ କୋହଲା ରହିବ । ପାଣିପାଗ ବିଭାଗର ସୂଚନା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବୟ ଉପକୂଳ ଓ ଉତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ତରଫର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ସୋନପୁର, ଅନୁଗୁଳ, ନୟାଗଡ଼, କଟକ, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଘଡ଼ିଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଆଗାମୀ ୯ ତାରିଖ ଯାଏ ଏପରି ସ୍ଥିତି ରହିବ । ତେବେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ । ଆକାଶ ମେଘାଛନ୍ନ ହୋଇଥିବାରୁ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ । ଆଗାମୀ ୯ ତାରିଖ ପର ଠାରୁ ମେଘ ଅପସରି ଗଲେ ତାପମାତ୍ରା ୧-୨ ଡିଗ୍ରୀ କମିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା