Connect with us

ଆଞ୍ଚଳିକ

୨ରେ ମୁଖ୍ୟମନ୍ତ୍ରୀଙ୍କ ବଡଚଣା ନିର୍ବାଚନ ମଣ୍ଡଳୀ ଗ୍ରସ୍ତ

ସାଙ୍କେତିକ

୨ରେ ମୁଖ୍ୟମନ୍ତ୍ରୀଙ୍କ ବଡଚଣା ନିର୍ବାଚନ ମଣ୍ଡଳୀ ଗ୍ରସ୍ତ
ଧର୍ମଶାଳା,୨୮ଫେବୃଆରୀ – ଆସନ୍ତା ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିବେ । ୧ମାସ ମଧ୍ୟରେ ଏହା ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଜିଲା ୨ୟ ଗ୍ରସ୍ତ । ଏହି ଅବସରରେ ଚଣ୍ଡିଖୋଲସ୍ଥିତ ସୁଙ୍ଗୁଡା ଖେଳପଡିଆଠାରେ ୪ଶହ କୋଟିରୁ ଉର୍ଦ୍ଧ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ ।

ଏହି ପ୍ରରୀପ୍ରେକ୍ଷୀରେ ସରକାରୀ ମୁଖ୍ୟ ସଚେତକ ତଥଶ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ସାଂସଦ ରିତା ତରାଇ, ଅତିରିକ୍ତ ଜିଲା ପୁଲିସ ଅଧିକାରୀ ଅକ୍ଷୟ କୁମାର ଦାସ,ଆରଆଣ୍ଡବିର ନିର୍ବାହୀ ଯନ୍ତ୍ରୀ ତପନ ନାୟକ, ସହକାରୀ ଯନ୍ତ୍ରୀ ରୋହିତ ବିଶ୍ୱାଳ, ଗ୍ରାମ ଉନ୍ନୟନ ବିଭାଗର ଯନ୍ତ୍ରୀ ବେଣୁଧର ଲେଙ୍କା, ତୁଳସୀ ପାତ୍ର, ବଡଚଣା ଥାନା ଅଧିକାରୀ ଦୀପକ ଜେନା, ବଡଚଣା ବିଜଡେି ସଭାପତି ଅରବିନ୍ଦ ସାମଲ, ଉପ-ସଭାପତି ନିରଞ୍ଜନ ସେନାପତି, ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ, ଛାତ୍ର ବିଜେଡି ସଭାପତି ଯଚିନ୍ଦ୍ର ନାୟକ, ସ୍ଥାନୀୟ ସୁଙ୍ଗୁଡା ସରପଂଚ ଚାଚାଲିନ ସ୍ୱାଇଁ, ପଲ୍ଲୀମଙ୍ଗଳ ସେବା ସମବାୟ ସମିତିର ସଭାପତି ସଂଜୟ ସ୍ୱାଇଁ, ମିହିର ସ୍ୱାଇଁଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ସଭାସ୍ଥଳ ପରିଦର୍ଶନ କରି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ