Connect with us

ଆଞ୍ଚଳିକ

ଆଖଣ୍ଡଳମଣିଙ୍କ ପୀଠରେ ଶିବରାତ୍ରୀ ଦିନ ସଂଧ୍ୟା ୭ରୁ ବନ୍ଦ ରହିବ ନଦୀଘାଟ

ସାଙ୍କେତିକ

ଆଖଣ୍ଡଳମଣିଙ୍କ ପୀଠରେ ଶିବରାତ୍ରୀ ଦିନ ସଂଧ୍ୟା ୭ରୁ ବନ୍ଦ ରହିବ ନଦୀଘାଟ
ଭଦ୍ରକ, ୨୮ ଫେବୃଆରୀ – ପବିତ୍ର ମହାଶିବରାତ୍ରୀରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ମାନସିକ ପୂଜା ନିମନ୍ତେ ୬୦ଭାଗ ଭକ୍ତ ଜଳପଥ ଦେଇ ପୀଠକୁ ଆସିଥାନ୍ତି । ବିଶେଷକରି ମଣିବାବାଙ୍କ ପୀଠରେ ଶହଶହ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ଭୋର ସାଢେ ଚାରିଟାରେ ମହାଦୀପ ଉଠୁଥିବାରୁ ଉପବାସଧାରୀ ଭକ୍ତମାନେ ସଂଧ୍ୟାରେ ମଣିବାବାଙ୍କ ପୀଠକୁ ଆସି ରାତ୍ର ଉଜାଗର ରହିବା ସହିତ ଦୀପ ଜାଳିଥାନ୍ତି । ହେଲେ ବିଭିନ୍ନ ନଦୀର ଜଳପଥରେ ବାରମ୍ବାର ଘଟୁଥିବା ଦୂର୍ଘଟଣାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଜିଲା ପ୍ରଶାସନ ପକ୍ଷରୁ ନଦୀଘାଟ ଉପରେ ଅଙ୍କୁଶ ଜାରି କରାଯାଇଛି ।

ଯାତ୍ରାଦିନ ସଂଧ୍ୟା ୭ଟାରୁ ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ମୁଆଁ, ତିନିତର ଓ ଧାନଖଣିଆ ନଦୀଘାଟରେ ଡଙ୍ଗା ଚଳାଚଳ କରିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ଦୃଢ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ପୀଠକୁ ଆସୁଥିବା ଶ୍ରଦ୍ଧାଳୁଭକ୍ତମାନେ ସଂଧ୍ୟା ୭ଟା ପୂର୍ବରୁ ନଦୀପାରି ହୋଇ ଆସିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ୩ଟି ନଦୀଘାଟରେ ଅଧିକ ସଂଖ୍ୟକ ମଟର ଚାଳିତ ଡଙ୍ଗା ନିୟୋଜିତ କରାଯିବା ସହ ଉଭୟ ପାଶ୍ୱର୍ରେ ଉଜ୍ୱଳ ଆଲୋକ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ