Connect with us

ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ

ସାଙ୍କେତିକ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ
ଗୋପାଳପୁର, ଶେରେଗଡ଼, ହିଞ୍ଜିଳି ଓ ସାନଖେମୁଣ୍ଡିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
ଗଞ୍ଜାମ, ୨୮ ଫେବୃଆରୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ ଆସି ଗୋପାଳପୁର ବନ୍ଦର ଦ୍ୱିତୀୟ ଓ ତୃତୀୟ ବର୍ଥ ର ଉଦଘାଟନ କରିଛନ୍ତି । ଫଳରେ ଏହା ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ବ୍ୟାପକ ସୁଧାର ଆଣିବା ସହ ପ୍ରାୟ ୮ ହଜାର ଯୁବକ ଓ ଯୁବତୀଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ ଆଶା କରାଯାଉଛି । ବନ୍ଦରର ଏହି ଉନ୍ନୟନମୂଳକ କାର୍ଯ୍ୟରେ ୧୪ ଶହ କୋଟି ଟଙ୍କା ବ୍ୟୟ କରାଯାଇଛି ।
ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହେଲିକେପ୍ଟର ଯୋଗେ ଶେରେଗଡ଼ ଯାଇ ସେଠାରେ ଏକ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ । ଶେରେଗଡ଼ର ଚାରିଛକ ଠାରେ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ପରେ ୧୭୨ କୋଟି ଟଙ୍କାର ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ, ଶେରେଗଡ଼ ଓ ହିଞ୍ଜିଳି ବ୍ଲକରେ କରମଙ୍ଗା ନାଳ ଓ ରାସ୍ତାର ଉନ୍ନତିକରଣ କରିବା, ବ୍ରାହ୍ମଣଛାଇ-ବୋଲସର ରାସ୍ତାର ବାଘୁଆ ନଦୀ ଉପରେ ସେତୁର ଭିତିପ୍ରସ୍ତର ସ୍ଥାପନ ସହିତ ଶେରେଗଡ଼ ଓ ହିଞ୍ଜିଳି ବ୍ଲକରେ ୧୧ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିଥିଲେ । ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ସାନଖେମୁଣ୍ଡି ଠାରେ ପହଂଚି ଧରାକୋଟ ଓ ସାନଖେମୁଣ୍ଡି ବ୍ଲକର ୧୧ଟି ଜଳ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ଜଗନ୍ନାଥପୁର ଛକ ନିକଟରେ ଏକ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଥିଲେ । ଶେରେଗଡ଼ ବ୍ଲକରେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ପାରଳାଖେମୁଣ୍ଡି ଗସ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା