Connect with us

ଦେଶ

ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ‘ହୋ’ ଭାଷାକୁ ସାମିଲ ପ୍ରସଙ୍ଗ

ସାଙ୍କେତିକ ଚିତ୍ର

ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ‘ହୋ’ ଭାଷାକୁ ସାମିଲ ପ୍ରସଙ୍ଗ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲା ପ୍ରତିନିଧି ଦଳ
ନୂଆଦିଲୀ/ଭୁବନେଶ୍ୱର, : ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ ଭାଷାକୁ ସ୍ଥାନ ଦେବାକୁ ଦାବି କରି ଏକ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡିଶା, ପଶ୍ଚିମବଙ୍ଗଳା, ଆସାମ, ଝାଡଖଣ୍ଡର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେଶର ଏହିସବୁ ରାଜ୍ୟ ମାନଙ୍କରେ ବସବାସ କରୁଥିବା ହୋ ଭାଷାଭାଷୀ ମାନଙ୍କର ଏକ ଶୋଭାଯାତ୍ରା ଓ ଧାରଣା ଦିଲୀରେ ହୋଇଥିଲା । ଦେଶ ତମାମ ୧ ହଜାରରୁ ଅଧିକ ପ୍ରତିନିଧି ଏଥିରେ ଯୋଗଦାନ କରିବା ସହ ହୋ ଭାଷାକୁ ୮ମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦାବି କରିଥିଲେ । ଆଜି ସେମାନଙ୍କର ନେତୃସ୍ଥାନୀୟ ନେତା ଗୃହମନ୍ତ୍ରୀଙ୍କୁ ଭେଟି ତାଙ୍କର ଦାବିପତ୍ର ପ୍ରଦାନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ