Connect with us

ଆମ ଖବର

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ୱଚ୍ଛତା ନାହିଁ : ବିଜେପି

ସାଙ୍କେତିକ ଚିତ୍ର

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ୱଚ୍ଛତା ନାହିଁ : ବିଜେପି
ଭୁବନେଶ୍ୱର ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ୱଚ୍ଛତା ନାହିଁ ଓ ହିତାଧିକାରୀ ଚୟନ ପକ୍ରିୟା ଅନେକ ମାତ୍ରାରେ ଦଳୀୟ ଆଧାରରେ କରି ଶହଶହ କୋଟି ଟଙ୍କାର ଓଡିଆ ଟିକସ ଦାତାଙ୍କ ଝାଳବୁଆ ଅର୍ଥକୁ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରୁଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଦେଶସାରା ଲାଗୁ ହୋଇଥିବା ମୋଦି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ କୌଣସି ବି ରାଜ୍ୟର ଗରିବଙ୍କ ସଂଖ୍ୟା ସାମିଲ ନେଇ ଆପତି ନଥିବେ ବେଳେ ୨୦୧୧ ମସିହା ପରେ ରାଜ୍ୟରେ ୩୪ ଲକ୍ଷ ନୂଆ ଗରିବ ଲୋକ ସୃଷ୍ଟି ହୋଇଥିବା ଓ ଏମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଯୁକ୍ତି ଏହା ୧୯ ବର୍ଷର ଲମ୍ବା ଶାସନର ବିଫଳତାର ପ୍ରମାଣ । ସରକାର ମାନେ ଗରିବ ସଂଖ୍ୟା କମ୍ କରିବା ପାଇଁ ନିର୍ବାଚିତ ହୋଇଥିବା ବେଳେ ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ଗରିବ ସଂଖ୍ୟା ୩୪ ଲକ୍ଷ ବଢିବା ବୋଲି କହିବା ନିଜ ବିଫଳତାର ପ୍ରମାଣ ଦେଇଛନ୍ତି । ଏହା କଣ ନବୀନ ପଟ୍ଟନାୟକଙ୍କର କଠିନ ପରିଶ୍ରମ ଓ ଶ୍ରେଷ୍ଠ ପ୍ରଶାସକର ଫଳ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର