Connect with us

ଓଡିଶା

ମିଛ, ହିଂସା ଓ ଗୁଣ୍ଡାଗିରି ବିଜେପିର ମୁଖ୍ୟ ଏଜେଣ୍ଡା : ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ମିଛ, ହିଂସା ଓ ଗୁଣ୍ଡାଗିରି ବିଜେପିର ମୁଖ୍ୟ ଏଜେଣ୍ଡା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ ଅପ୍ରେଲ – ମିଛ, ହଂସା ଓ ଗୁଣ୍ଡାଗିରି ଭାରତୀୟ ଜନତା ପାର୍ଟିର ମୁଖ୍ୟ ଏଜେଣ୍ଡା ହୋଇଛି । ବେଲ୍ ରେ ଆସିଥିବା କ୍ରିମିନାଲ ମାନଙ୍କୁ ବିଜେପି ପ୍ରାର୍ଥୀ କରୁଛି । ଏହା ଆମ ସଂସ୍କୃତିର ବିରୋଧୀ । ଲୋକ ବିଜେପିକୁ ଉଚିତ୍ ଜବାବ ଦେବେ । ସାରାଦେଶରେ ବିଜେପିର ଦୁର୍ଗ ପତନ ଆରମ୍ଭ ହେଲାଣି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ସୋମବାର ଦିନ କଟକର ନିଆଳି ଓ ପାରାଦୀପ ରାହାମାରେ ଠାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ବିଜେପି ଉପରେ ଆକ୍ରମଣ କରିଥିଲେ । ସେ କହିଥିଲେ ଯେ ନିର୍ବାଚନ ବେଳେ ବିଜେପିର ବଡ ବଡ ନେତାମାନଙ୍କର ଓଡିଶା କଥା ମନେ ପଡେ । ବନ୍ୟା , ଫାଇଲିନ୍ , ହୁଡ୍ ହୁଡ୍ ,ତିତଲି , ମରୁଡି ହେଲା ଆସିଲେନି । ଏବେ ଆସୁଛନ୍ତି , କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୧୯୯୯ ମହାବାତ୍ୟାରେ ଓଡିଶା ଛାରଖାର ହୋଇଯାଇଥିଲା । ରିଲିଫ୍ ଓ ଉଦ୍ଧାର ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଏବେ ସେ ଅବସ୍ଥା ନାହିଁ । ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଆଜି ମଡେଲ ରାଜ୍ୟ । ଆଜି ଆମେ ଅନ୍ୟ ରାଜ୍ୟକୁ ସାହାଯ୍ୟ କରୁଛୁ । ଏହା କଣ ପରିବର୍ତନ ନୁହେଁ । ଗରିବୀ ହଟାଇବାରେ ଓଡିଶା ଆଗରେ । ଏବେ ରାଜ୍ୟରେ ୯ଟି ସରକାରୀ ମେଡିକାଲ କଲେଜ ଅଛି । ସବୁ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ମିଳୁଛି । ବିଶ୍ୱକପ୍ ହକି ସଫଳତାର ସହ ଆୟୋଜନ କରିଛୁ । ଓଡିଶାରେ ସାଢେ ଚାରି ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗ ହେଉଛି । ଏହା କଣ ପରିବର୍ତନ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅପରପକ୍ଷରେ କାଳିଆ ଯୋଜନା , ମିଶନ ଶକ୍ତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସଫଳତା ସମ୍ପର୍କରେ କହିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା