Connect with us

ଅପରାଧ

ଜେଲ୍ ଗଲେ ମହାରଥି

ସାଙ୍କେତିକ

ଜେଲ୍ ଗଲେ ମହାରଥି
ଭୁବନେଶ୍ୱର,୨୨ ଅପ୍ରେଲ – କର୍ତବ୍ୟରତ ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ କୁମାର ମହାରଥିଙ୍କୁ ଆଜି ସନ୍ଧ୍ୟାରେ ପିପିଲି ପୋଲିସ ପକ୍ଷରୁ ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ ହାଜର କରାଯାଇଛି । ଏହି ମାମଲା ନିର୍ବାଚନ ଜନିତ ହୋଇଥିବାରୁ ସ୍ୱତନ୍ତ୍ର କୋର୍ଟରେ ତାଙ୍କୁ ହାଜର କରାଯାଇଛି । ଜାମିନରେ ଯିବା ପାଇଁ ଆବେଦନ କରିବା ସହ ଅସୁସ୍ଥତା କାରଣ ଦର୍ଶାଇ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାର ବ୍ୟବସ୍ଥା ପାଇଁ ଆବେଦନ କରିଛନ୍ତି ।
ଜାମିନ୍ ଆବେଦନ ନାମଂଜୁର ହେବାରୁ ତାଙ୍କୁ ଝାରପଡା ଜେଲ୍ ପଠାଇ ଦିଆଯାଇଛି । ୨୪ ତାରିଖରେ ଆବେଦନର ପରବର୍ତୀ ଶୁଣାଣି ହେବ ।
ସୂଚନାଯୋଗ୍ୟ ଯେ, ଗତ କାଲି ବିଳମ୍ବିତ ରାତିରେ ପିପିଲିସ୍ଥିତ ତାଙ୍କର ଫାର୍ମ ହାଉସ ଉପରେ ଫ୍ଲାଇ ସ୍କ୍ୱାର୍ଡ଼ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ବିଧାୟକ ଶ୍ରୀ ମହାରଥି ମାଜଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼େଇଥିବା ଅଭିଯୋଗ ପିପିଲି ଥାନାରେ ହୋଇଥିଲା । ଜିଲ୍ଲାପାଳ, ଏସ.ପି. ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ