Connect with us

ଓଡିଶା

ଆଜି ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ

ସାଙ୍କେତିକ

ଆଜି ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ
-୧୪ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଂଚଳର ୧୧୬ଟି ଲୋକସଭା ଆସନରେ ହେବ ମତଦାନ
ଭୁବନେଶ୍ୱର,୨୨ ଅପ୍ରେଲ -୨୦୧୯ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ମଙ୍ଗଳବାର ଦିନ ସମଗ୍ର ଦେଶରେ ୧୪ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଂଚଳର ୧୧୬ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା ହେବ ।ଏହି ପର୍ଯ୍ୟାୟରେ ୧୬୪୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୮ କୋଟି ୮୫ ଲକ୍ଷରୁ ଉଦ୍ଧ୍ୱର୍ଭୋଟର । ୧୧୬ଟି ସଂସଦୀୟ ଆସନରୁ ଏକାଥରେ ଭୋଟ ଗ୍ରହଣ ହେଉଥିବାରୁଏହା ହେଉଛି ୨୦୧୯ ସାଧାରଣ ନିର୍ବାଚନର ସବୁଠାର ବଡ ପର୍ଯ୍ୟାୟର ଲଢ଼େଇ । ସୁବିଧାରେ ଭୋଟ ଗ୍ରହଣ ହେବା ପାଇଁ ଦେଶବ୍ୟାପୀ ମୋଟ ୨,୧୦,୦୦୦ ପୋଲିଂ ବୁଥ କରାଯାଇଛି ।
ଏହି ପର୍ଯ୍ୟାୟରେ ଓଡିଶାର ୬ଟି ସଂସଦୀୟ କ୍ଷେତ୍ର-ସମ୍ବଲପୁର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଓ କେନ୍ଦୁଝରରେ ଭୋଟଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ଓଡିଶାର ମୋଟ ଭୋଟରଙ୍କ ସଂଖ୍ୟା ହେଉଛନ୍ତି ୯୨,୫୬, ୯୨୨ । ସେମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୭,୯୯,୦୩୦ ଓ ମହିଳା ୪୪, ୫୬, ୭୨୯ । ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି ୧୧୬୩ । ଏହି ଭୋଟରମାନେ ୬୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣକରିବେ । ଭୋଟ ଦାନ ପାଇ ମୋଟ ୧୦, ୪୬୪ଟି ପୋଲିଂ ବୁଥ ନିର୍ଦ୍ଧାରିତ କରାଯାଇଛି ।
ସେହିପରି ଆସାମର ୪ଟି ସଂସଦୀୟ କ୍ଷେତ୍ରରେ ମୋଟ ୭୪, ୭୭, ୦୬୨ ସଂଖ୍ୟକ ଭୋଟର ୫୪ ଜଣ ପ୍ରାର୍ଥିୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ବିହାରର ୫ଟି ସଂସଦୀୟ କ୍ଷେତ୍ରରେ ମୋଟ ୮୨ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ ହୋଇଛନ୍ତି ଏବଂ ତୃତୀୟ ପର୍ଯ୍ୟାୟରେ ମୋଟ ୮୯,୦୯, ୨୬୩ ଜଣ ଭୋଟର ମତଦାନ କରିବେ । ଛତିଶଗଡର ୭ଟି ନିର୍ବାଚନ ମଣ୍ଡଳୀରୁ ୧୨୩ ଜଣ ପ୍ରାର୍ଥୀଙ୍କୁ ମତଦାନ କରି ନିର୍ବାଚିତ କରିବେ ୧,୨୭,୧୩୮୧୬ ଜଣ ଭୋଟର । ଗୋଆରେ ୨ଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୧୨ ଜଣ ପ୍ରାର୍ଥୀ ଏବଂ ମୋଟ ଭୋଟରଙ୍କ ସଂଖ୍ୟା ୧୧,୩୫୮୧୧ । ଗୁଜୁରାଟରେ ୨୬ଟି ଆସନ ପାଇଁ ୪,୫୧,୨୫୬୮୦ ମତଦାତା ଥିବାବେଳେ ୩୭୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି । ଜାମ୍ମୁ କଶ୍ମୀରରେ ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା ହେବ ଏବଂ ଏଠାରେ ୫,୨୭୧୫୪ ଜଣ ଭୋଟର ୧୮ ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ନିର୍ଦ୍ଧାରଣ କରିବେ । କର୍ଣ୍ଣାଟକରେ ୧୪ଟି ଆସନ ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ୨୩୭ ପ୍ରାର୍ଥୀ ଏବଂ ମୋଟ ଭୋଟର ସଂଖ୍ୟା ହେଉଛି ୨,୩.୬୮୯୦୫ ।
କେରଳରେ ୨୦ଟି ଆସନରୁ ୨୨୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨,୬୧,୫୧୫୩୪ ଭୋଟର । ମହାରାଷ୍ଟ୍ରର ୧୪ଟି ଆସନରେ ଲଢ଼େଇ ହେଉଛି ଏବଂ ଏଠାରେ ୨,୫୭, ୮୯୭୩୮ ଜଣ ମତଦାତା ଥିବାବେଳେ ୨୪୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି । ତ୍ରିପୂରାରେ ଗୋଟିଏ ଆସନରୁ ଲଢ଼େଇ ହେବ ଏବଂ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧,୨,୫୭୯୪୪ ଭୋଟର । ଉତର ପ୍ରଦେଶରେ ୧୦ଟି ଆସନ ପାଇଁ ରହିଛନ୍ତି ମୋଟ ୧୨୦ ପ୍ରାର୍ଥୀ ଏବଂ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ୧,୭,୮୧୦୯୪୬ ଜଣ ଭୋଟର । ପଶ୍ଚିମବଙ୍ଗରେ ୫ଟି ଆସନରେ ଲଢ଼େଇ ହେବ ଏବଂ ଏଥିପାଇଁ ମଇଦାନକୁ ଓହ୍ଲାଇଛନ୍ତି ୬୧ ଜଣ ପ୍ରାର୍ଥୀ । ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୮୦,୨୩୮୪୬ । ଦାଦ୍ରା ନଗର ହାବେଳୀ ଏବଂ ଡାମନ ଡିଉରେ ଗୋଟିଏ ଲେଖାଁଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଏବଂ ଏଥିପାଇଁ ଯଥାକ୍ରମେ ୧୧ ଓ ୪ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ଏହି ଆସନ ପାଇଁ ଦୁଇ କେନ୍ଦ୍ରଶାସିତ ଅଂଚଳମାନଙ୍କର ଭୋଟରଙ୍କ ସଂଖ୍ୟା ହେଉଛି ଯଥାକ୍ରମେ ୨,୪୦୮୫୮ ଓ ୧,୧୯୬୭୭ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା