Connect with us

ଓଡିଶା

ବିଜେଡି ନେତାଙ୍କ ଚିଟଫଣ୍ଡ ସମ୍ପୃକ୍ତି ନେଇ ବର୍ଷିଲେ ପ୍ରତାପ ଷଡଙ୍ଗୀ

ସାଙ୍କେତିକ

ବିଜେଡି ନେତାଙ୍କ ଚିଟଫଣ୍ଡ ସମ୍ପୃକ୍ତି ନେଇ ବର୍ଷିଲେ ପ୍ରତାପ ଷଡଙ୍ଗୀ
– ନବୀନ ବାବୁ ଲୁଟେରାଙ୍କୁ ଟିକେଟ୍ ଦେଉଛନ୍ତି
-କର୍ପସ ଫଣ୍ଡର ଗଠନ କାହିଁକି ହୋଇଥିଲା? ସାଧାରଣ କରଦାତାଙ୍କ ଟିକସରେ ଗଠିତ କର୍ପସ ଫଣ୍ଡର ଅର୍ଥ କାହାକୁ ମିଳିଲା ? ବର୍ତମାନ ସୁଦ୍ଧା କାହିଁକି ପ୍ରଦାନ କରାଯାଇ ପାରିଲା ନାହିଁ?
ଭୁବନେଶ୍ୱର, ୦୩ ଏପ୍ରିଲ – ବିଜେଡି ମାନେ ଚିଟଫଣ୍ଡ୍ ଓ ଚିଟଫଣ୍ଡ୍ ମାନେ ବିଜେଡି । ବିଜେଡି ନେତା ସଞ୍ଜୟ ଦାସବର୍ମା, ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ ଚିଟଫଣ୍ଡରେ ସଂପୃକ୍ତ । ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ମାଲିକାନାରେ ଥିବା ୫ଟି କମ୍ପାନୀରେ ଚିଟପଣ୍ଡ୍ ଅର୍ଥ ଲାଗିଛି ।ଏମାନଙ୍କୁ ପ୍ରମୋଟ କରୁଥିବା ଭଷ୍ଟ୍ରା·ରୀ ଅଫିସର ହୀରା ହାର ପାଇଥିବା ଶୁଣାଯାଏ । ହେଲେ ଭଷ୍ଟ୍ରା·ର ପାହାଡ଼ ଉପରେ ବସିଥିବା ନବୀନ ପଟ୍ଟନାୟକ କେମିତି ସ୍ୱଚ୍ଛତାର ପ୍ରତିମୂର୍ତି ହେଲେ? ଏଠି ଚଟୁ ଆଇଁଷ ବେଟ ନିରାମିଷ ବୋଲି କହି ଶାସକ ଦଳକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।
କେର୍ପସ ଫଣ୍ଡର ଗଠନ କାହିଁକି ହୋଇଥିଲା ? ସାଧାରଣ କରଦାତାଙ୍କ ଟିକସରେ ଗଠିତ କର୍ପସ ଫଣ୍ଡର ଅର୍ଥ କାହାକୁ ମିଳିଲା ? ବର୍ତମାନ ସୁଦ୍ଧା କାହିଁକି ପ୍ରଦାନ କରାଯାଇ ପାରିଲା ନାହିଁ । ରାଜ୍ୟର ପାଖାପାଖି ୨୦ ଲକ୍ଷ ପରିବାର ଚିଟଫଣ୍ଡର ଶୀକାର ହୋଇଛନ୍ତି । କେତେ ଜଣ ଜମାକାରି ଅର୍ଥ ଫେରି ପାଇଲେ ? ବୋଲି ସେ ପ୍ରଶ୍ନ କରିଛନ୍ତି ।୧୩ ଲକ୍ଷ ଜମାକାରୀ କମିଶନଙ୍କ ପାଖରେ ସତ୍ୟପାଠ ପ୍ରଦାନ କରିଥିବା ବେଳେ ସେଥିରୁ ମାତ୍ର ୩ ଲକ୍ଷ ୬୧ ହଜାର ୮୧୭ ଜଣକ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି । ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି ମାତ୍ର ୧୭୦୪ ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି କି ରାଜ୍ୟ ସରକାର ଜାଣିଶୁଣି ସମୟ ଗଡାଇ ଲୋକଙ୍କ ମନରୁ ଚିଟଫଣ୍ଡ କେଳେଙ୍କାରୀକୁ ହଜେଇ ଦେବାକୁ ଅପପ୍ରୟାସ କରୁଛନ୍ତି । ଚିଟଫଣ୍ଡ କର୍ପସ ଫଣ୍ଡ ଅର୍ଥ ବଂଟନର ତଥ୍ୟ ସର୍ବସାଧାରଣରେ ପ୍ରକାଶ କରନ୍ତୁ ।
ଏବେ ବିଜେଡି ୨୦୧୯ ନିର୍ବାଚନରେ ଚିଟଫଣ୍ଡ ଲୁଟରେ ଯେତେ ନେତା ମାନେ ସାମିଲ ଥିଲେ ସେ ସମସ୍ତ ନେତାଙ୍କୁ ପୁଣି ଥରେ ଟିକେଟ ଦେଇଛି । ଜଣେ ହେଲେବି ନେତାମାନଙ୍କର ଟିକେଟ ନବିନ ବାବୁ କାଟିଲେ ନାହିଁ । ନବିନ ବାବୁ ଏକଥା ପ୍ରମାଣିତ କରିଛନ୍ତି ଯେ ସେ ଚିଟ ଫଣ୍ଡ ଲୁଟ କରିଥିବା ନେତାମାନଙ୍କ ସହ ଥିଲେ ଓ ଅଛନ୍ତି ବୋଲି ପ୍ରତାପ କହିଛନ୍ତି । ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଚିଠ୍ଫଣ୍ଡ ଠକେଇରେ ସଂପୃକ୍ତ ଥିବା ବେଳେ ଏବେ ବେଲ୍ରେ ଅଛନ୍ତି । ସେ କିନ୍ତୁ ଏବେ ବାଲେଶ୍ୱର ଜିଲ୍ଲାରେ ସବୁଠି ବଡ ବଡ ହୋଡିଂ ଲଗାଇ ନିଜକୁ ଶ୍ରେଷ୍ଟ ସାସଂଦ ବୋଲି ପ୍ରଚାର କରୁଛନ୍ତି । ସିସୋର୍ ଗ୍ରୁପ୍ର ୧୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜାନୁଆରୀ ୧୫ ତାରିଖ ୨୦୧୫ ମସିହାରେ ସିବିଆଇ ତାଙ୍କୁ ୬ ଘଟାଂ ଜେରା କରିଥିଲା । ତାଙ୍କ ଘରକୁ ମଧ୍ୟ ଜାନୁଆରୀ ୧୨ ତାରିଖ ୨୦୧୭ ମସିହାରେ ରେଡ୍ କରାଯାଇଥିଲା । ସେତେବେଳେ ସେ ଗିରଫ ଭୟରେ ଆତ୍ମଗୋପନ ହୋଇଯାଇଥିଲେ । ଜିଲ୍ଲା ପରିଷଦ ନିର୍ବାଚନରେ ତାଙ୍କୁ ବାଲେଶ୍ୱରବାସୀ ଦେଖିବାକୁ ପାଇନଥିଲେ । ସାଂସଦ ରବିନ୍ଦ୍ର ଜେନା ଜଣେ ବାଲେଶ୍ୱର ଇସ୍ପାତ ଅଲୟସ୍ର ଜଣେ ସାଧାରଣ କର୍ମଚାରୀ ଥିବାବେଳେ କିଭଳି ଭାବେ ତାହାର ସିଇଓ ହୋଇଗଲେ ଏବଂ ପରବର୍ତୀ ସମୟରେ ୨୦୧୧ ମସିହାରେ ତାହାର ଏମ୍ଡି ହୋଇଥିଲେ । ସେ ଏବେ ଓଡିଶାର ସବୁଠୁ ବଡ ଧନୀ ସାଂସଦ ଭାବରେ ପରିଚିତ । ସେ ରାତାରାତି ଧନୀ କିପରି ହେଲେ ଓ ତାହାର ସୂତ୍ର ଓଡିଶାବାସୀଙ୍କୁ ଅବଗତ କରାନ୍ତୁ ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି ।
ଶ୍ରୀ ଷଡଙ୍ଗି କହିଛନ୍ତି ଯେ ନବିନ ବାବୁ ବିଜେଡିର ପୁର୍ବତନ ମନ୍ତ୍ରୀ ସଂଜୟ ଦାଶବର୍ମାଙ୍କୁ ଟିକେଟ ଦେଇଛନ୍ତି । ଚିଟଫଣ୍ଡ କମ୍ପାନୀର ଅର୍ଥକୁ ସଂଜୟଙ୍କ ପରିବାର ମାଲିକାନାରେ ଥିବା ପାଂଚୋଟି କମ୍ପାନିରେ ବିନିଯୋଗ କରାଯାଇଛି । ଅର୍ଥ ତତ୍ୱ ପଇସାରେ ଦୁଇଟି ପାଜେରୋ କିଣିଥିଲେ ଦାଶବର୍ମା । ସେହିପରି ବିଜେଡିର ପୁର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କର ଅତ୍ୟନ୍ତ ଏକାନ୍ତ ତଥା ବ୍ୟକ୍ତିଗତ ସହାୟକ ପ୍ରଫୁଲ୍ଲ ସିଂଙ୍କୁ ସି ସୋର ଚିଟ ଫଣ୍ଡ ଠକେଇ ସମ୍ପୃକ୍ତରେ ସିବିଆଇ ଜେରା କରିଥିଲା । ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସିସୋର ଗ୍ରୁପ କମ୍ପାନି ସହ ରାଜ୍ୟ ସରକାର ଅନେକ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର କରିଥୀଲେ । ବରଗଡ ସାଂସଦ ଆସନ ପାଇଁ ବିଜେଡି ଟିକେଟରେ ଲଢୁଥିବା ପ୍ରସନ୍ନ ଆଚାର୍ଯ୍ୟ ଗ୍ରିନରେ ଚିଟଫଣ୍ଡ କମ୍ପାନୀର ବାଲେଶ୍ୱରରେ ଥିବା ମେଡିସିନ କାରଖାନାକୁ ୨୦୦୧ ମସିହାରେ ଉଦଘାଟନ କରିଥିଲେ । ମେଡିସିନ ନାଁରେ ସେହି ସଂସ୍ଥା ବାଲେଶ୍ୱରରେ ନିଶା ଔଷଧ ତିଆରି କରୁଥିଲା । ପ୍ରସନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବାବେଳେ ସିସୋରକୁ ସରକାରୀ ଡାକ୍ତରଖାନା ବି ଚଲାଇବାର ଠିକା ଦିଆଯାଇଥିଲା । ପ୍ରଭାତ ତ୍ରିପାଠି ଓ ପ୍ରଭାତ ବିଶ୍ୱାଳ ଏହି ଦୁଇ ଜଣ ଚିଟ ଫଣ୍ଡ ଠକେଇରେ ଗିରଫ ହୋଇଥିଲେ । ଏବେ ସେମାନଙ୍କର ପୁଅ ମାନଙ୍କୁ ଟିକେଟ ଦିଆଯାଇଛି ।
ଚିଟଫଣ୍ଡ ମାମଲାରେ ତଦନ୍ତ କରୁଥିବା ସିବିଆଇ ନବୀନ ନିବାସର ଦ୍ୱାର ଖଟ୍ ଖଟ୍ କରିଛି । ନବୀନଙ୍କ ଅତି ଘନିଷ୍ଠ ନବୀନ ନିବାସର କର୍ମଚାରୀ ସରୋଜ ସାହୁ ଜଣଙ୍କ କିଏ ଏହାର ଜବାବ କଣ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଇପାରୁନାହାନ୍ତି । ସରୋଜଙ୍କ ସ୍ୱାକ୍ଷରରେ ନେତାଙ୍କୁ ଟିକେଟ ଦିଆଯାଉଥିଲା, ଦଳରେ ନିଆଯାଉଥିଲା ଓ ବହିଷ୍କାର କରାଯାଉଥିଲା । ନବୀନଙ୍କ ଭାରପ୍ରାପ୍ତ ସ୍ୱାକ୍ଷରକାରୀ ରହିଥିଲେ ସରୋଜ । ସରୋଜ ସାହୁ ହେଉଛନ୍ତି ଛୋଟ ଦାନବ ତାହେଲେ ବଡ ଦାନବ କିଏ ଏକଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ପ୍ରତାପ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା