Connect with us

ଦେଶ

ଗୋଟିଏ ଶିଶୁର ଦାମ୍ ୪୫ ଲକ୍ଷ

ଗୋଟିଏ ଶିଶୁର ଦାମ୍ ୪୫ ଲକ୍ଷ

ଗୋଟିଏ ଶିଶୁର ଦାମ୍ ୪୫ ଲକ୍ଷ
ମାଫିଆଙ୍କୁ ୩୦୦ ଶିଶୁ ବିକ୍ରୀ କରିଛି ମୁମ୍ବାଇ ଗ୍ୟାଙ୍ଗ୍
ମୁମ୍ବାଇ,୧୬ା୮ : ଶିଶୁ ଚାଲାଣ ମାମଲାରେ ମୁମ୍ବାଇ ପୋଲିସକୁ ବଡ଼ ସଫଳତା ମିଳିଛି । ୨୦୦୭ ରୁ ଶିଶୁଙ୍କୁ ଚୋରା ଚାଲାଣ କରିଆସୁଥିବା ଏକ ଗ୍ୟାଙ୍ଗକୁ ପୋଲିସ ଚିହ୍ନଟ କରିଛି । ସେମାନେ ଏ ପର୍ଯ୍ୟନ୍ତ ୩୦୦ ଜଣ ଶିଶୁଙ୍କୁ ଚାଲାଣ କରିସାରିଲେଣି । ଗୁଜୁରାଟରେ ରହୁଥିବା ରାଜୁଭାଇ ଗାମଲେବାଲା ଏହି ଗ୍ୟାଙ୍ଗର ଲିଡର ବୋଲି ସୂଚନା ମିଳିଛି । ସେ ଗୋଟିଏ ଶିଶୁ ପିଛା ୪୫ ଲକ୍ଷ ଟଙ୍କା ନେଇ ଆମେରିକୀୟ ମାଫିଆକୁ ବିକ୍ରି କରିୁଥିଲା ।

ପୁଲିସର କହିବାନୁଯାୟୀ ଏହାର ସମ୍ପୂର୍ଣ୍ଣ ରାକେଟକୁ ଏବେ ଧ୍ୱଂସ କରାଯାଇ ପାରିବ ନାହିଁ । ଏହି ଗ୍ୟାଙ୍ଗର କିଛି ସଦସ୍ୟ ଗତ ମାର୍ଚ୍ଚ ମାସରେ ଗିରଫ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଚାଲାଣ ହୋଇଥିବା ଶିଶୁଙ୍କ ବୟସ ସୀମା ୧୧ ରୁ ୧୬ ବର୍ଷ । ଗୁଜୁରାଟରେ ରହୁଥିବା ଗରିବ ପରିବାର ସେମାନଙ୍କର ଶିଶୁଙ୍କୁ ଗରିବୀ କାରଣରୁ ଅତି ସହଜରେ ବିକ୍ରୀ କରିବା ପାଇଁ ରାଜି ହୋଇଯାଉଥିଲେ । ରାଜୁ ପାଖକୁ ଆମେରିକାରୁ ଅର୍ଡର ଆସିବା ପରେ ସେ ଶିଶୁମାନଙ୍କର କିଛି ଫଟୋ ପଠାଉଥିଲା । ସେମାନଙ୍କୁ ପସନ୍ଦ ଆସୁଥିବା ଶିଶୁଙ୍କୁ ଆମେରିକା ଚାଲାଣ କରାଯାଉଥିଲା ।

ଏହି ଶିଶୁମାନଙ୍କୁ ଆମେରିକା ପଠାଇବା ପାଇଁ ଭଡ଼ାରେ ପାସ୍ପୋର୍ଟ ନିଆଯାଉଥିଲା । ପାସ୍ପୋର୍ଟର ଫଟୋ ସହ ମେଳ ହେଉଥିବା ଶିଶୁକୁ ଆମେରିକା ପଠାଯାଉଥିଲା । ଏମାନେ ଆମେରିକାରେ ପହଞ୍ଚିବା ପରେ ପାସପୋର୍ଟ ଗୁଡ଼ିକୁ ଆସିଥିବା ଲୋକମାନଙ୍କ ପାଖକୁ ଫେରାଇ ଦିଆଯାଉଥିଲା । ଏହି ରାକେଟର ସମ୍ପୂର୍ଣ୍ଣ ଗତିବିଧି ବିଷୟରେ ମାର୍ଚ୍ଚ ମାସରେ ଜଣା ପଡ଼ିଥିଲା । ମାର୍ଚ୍ଚ ମାସରେ ଅଭିନେତ୍ରୀ ପ୍ରୀତି ସୂଦଙ୍କ ପାଖକୁ ତାଙ୍କର ଏକ ବନ୍ଧୁଙ୍କ କଲ୍ ଆସିଥିଲା । ଏକ ସେଲୁନରେ ୨ଜଣ ଶିଶୁଙ୍କର ମେକ୍ଅପ ହେଉଥିବାର ସେ ଦେଖିଥିଲେ । ଶିଶୁମାନଙ୍କୁ ପାସ୍ପୋର୍ଟରେ ଥିବା ଫଟୋ ସହ ମ୍ୟାଚ୍ କରାଇବା ପାଇଁ ମେକ୍ଅପ ହେଉଥିବାର ସେ ଦେଖିଥିଲେ । ଶିଶୁମାନଙ୍କୁ ପାସ୍ପୋର୍ଟରେ ଥିବା ଫଟୋ ସହ ମ୍ୟାଚ୍ କରାଇବା ପାଇଁ ମେକ୍ଅପ କରାଯାଉଥିଲା ।

ପ୍ରୀତି ସେହି ଶିଶୁମାନଙ୍କ ବିଷୟରେ ପଚାରିବାରୁ ସେଲୁନ ବାଲା ସେମାନଙ୍କୁ ଆମେରିକାରେ ରହୁଥିବା ତାଙ୍କ ପରିବାର ପାଖକୁ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି କହିଥିଲା । ପ୍ରୀତି ଯେତେବେଳେ ତାଙ୍କୁ ପୁଲିସରେ ଅବଗତ କରାଇବାକୁ କହିଥିଲେ ସେମାନେ ପଛଘୂଞ୍ଚା ଦେଇଥିଲେ । ଯାହାଫଳରେ ପ୍ରୀତି ପୁଲିସକୁ ଏହି ସବୁ ସମ୍ପର୍କରେ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରୁ ସେମାନଙ୍କୁ ଗିରଫ କରି ଏହି ମାମଲାର ପର୍ଦ୍ଦାଫାସ୍ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ