Connect with us

ଦେଶ

ସବୁଠୁ ରହିବା ଯୋଗ୍ୟ ସହର -ଟପ୍ ୫୦ରୁ ଦିଲ୍ଲୀ ବାଦ୍

ସବୁଠୁ ରହିବା ଯୋଗ୍ୟ ସହର
ଟପ୍ ୫୦ରୁ ଦିଲ୍ଲୀ ବାଦ୍
ନୂଆଦିଲ୍ଲୀ,୧୩ା୮ : ଭାରତରେ ରହିବା ମାମଲାରେ ସବୁଠୁ ଭଲ ସ୍ଥାନର ତାଲିକା ସୋମବାର ଜାରି କରାଯାଇଛି । ଏହି ମାମଲାରେ ସବୁଠୁ ଭଲ ସହର ରୂପେ ଶୀର୍ଷରେ ରହିଛି ପୁଣେ । ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀ ଶ୍ରେଷ୍ଠ ୫୦ରୁ ବାଦ୍ ପଡି ୬୫ତମ ସ୍ଥାନରେ ରହିଛି । କେନ୍ଦ୍ର ସହରାଞ୍ଚଳ ମନ୍ତ୍ରାଳୟ ଦ୍ୱାରା ଜାରି ଜୀବନ ସୁଗମତା ତାଲିକାରେ ଦ୍ୱିତୀୟରେ ରହିଛି ନଭି ମୁମ୍ବାଇ ଓ ତୃତୀୟରେ ରହିଛି ଗ୍ରେଟର ମୁମ୍ବାଇ । ଦେଶରେ ରହିବା ଉପଯୋଗୀ ଶୀର୍ଷ ୧୦ସହରରେ ମହାରାଷ୍ଟ୍ରର ତିନୋଟି ସହର ସାମିଲ ଥିବା ବେଳେ ଉତ୍ତରପ୍ରଦେଶ ଓ ତାମିଲନାଡୁର କୌଣସି ସହରକୁ ଏଥିରେ ସ୍ଥାନ ମିଳିନାହିଁ । ମନ୍ତ୍ରାଳୟ ୧୧୧ଟି ବଡ ସହରକୁ ନେଇ ଜାରି କରିଥିବା ଏହି ତାଲିକାରେ ଦିଲ୍ଲୀ ବହୁତ ପଛରେ ପଡିଯାଇଛି । ଚଳିତ ବର୍ଷ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ବହୁତ ହଙ୍ଗାମା ହୋଇଥିଲା । ଶୀର୍ଷ ୧୦ ସହର ମଧ୍ୟରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ରାଜଧାନୀକୁ ସ୍ଥାନ ମିଳିଛି । ଉତ୍ତରପ୍ରଦେଶର ରାମପୁର ସହର ଏହି ତାଲିକାରେ ସବୁଠୁ ଅନ୍ତିମ ସ୍ଥାନରେ ରହିଛି । ଏହି ସର୍ବେକ୍ଷଣ ଦେଶର ୧୧୧ଟି ସହରକୁ ନେଇ କରାଯାଇଥିଲା । କେନ୍ଦ୍ରୀୟ ନିବାସ ଓ ସହରାଞ୍ଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ, ଜୀବନ ସୁଗମତା ସୂଚକାଙ୍କ ଚାରୋଟି ମାନଦଣ୍ଡକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି । ସେହି ଚାରୋଟି ମାନଦଣ୍ଡ ଶାସନ, ସାମାଜିକ ସଂସ୍ଥା, ଆର୍ଥିକ ଓ ଭୌତିକ ସରଞ୍ଚନା ଉପରେ ଆଧାରିତ । ଏହି ତାଲିକାରେ ଚେନ୍ନାଇକୁ ୧୪ତମ ସ୍ଥାନ ମିଳିଛି ଏବଂ ଦିଲ୍ଲୀକୁ ମିଳିଛି ୬୫ତମ ସ୍ଥାନ । ପୁରୀ କହିଛନ୍ତି ଯେ, ଏହି ସର୍ବେକ୍ଷଣରେ ସାମିଲ ହେବାକୁ କୋଲକାତା ମନା କରି ଦେଇଥିଲା । ତେଣୁ ଏହି ସହରକୁ ଏଥିରେ ସାମିଲ କରାଯାଇନାହିଁ । ସେ କହିଛନ୍ତି ଯେ, ପ୍ରଥମେ ୧୧୬ ସହରକୁ ଏହି ତାଲିକାରେ ସାମିଲ କରିବାର ଯୋଜନା ଥିଲା । ଏଥିରୁ ୧୦୦ ସ୍ମାର୍ଟ ସିଟି ଓ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ଏଥିରେ ସାମିଲ କରାଯାଇଥିଲା । ନୂତନ ରାୟପୁର ଓ ଅମରାବତୀ ଏହି ସର୍ଭେ ପାଇଁ ଅନୁପଯୋଗୀ ଥିଲେ । ସର୍ବେକ୍ଷଣରେ ସହର ଗୁଡିକୁ ୧୦୦ ଅଙ୍କ ଜରିଆରେ ୧୫ଟି ବର୍ଗ ଓ ୭୮ଟି ମାନଦଣ୍ଡକୁ ନେଇ ସମୀକ୍ଷା କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ