Connect with us

ଓଡିଶା

କୋଣାର୍କର ରକ୍ଷଣାବେକ୍ଷଣାରେ ଅବହେଳା ହୋଇନି : ଏଏସ୍ଆଇ

ସାଙ୍କେତିକ ଚିତ୍ର

କୋଣାର୍କର ରକ୍ଷଣାବେକ୍ଷଣାରେ ଅବହେଳା ହୋଇନି : ଏଏସ୍ଆଇ
ଭୁବନେଶ୍ୱର,୧୨ା୧୧ : କୋଣାର୍କ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମାନ୍ୟତା ପାଇଥିବା ବେଳେ ଏହାର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ କୌଣସି ପ୍ରକାର ଅବହେଳା କରାଯାଇ ନାହିଁ । କୋଣାର୍କ ବାବଦରେ ସବୁ ପ୍ରକାର ପ୍ରଯତ୍ନ ଓ ଆନ୍ତରିକତା ଅବ୍ୟାହତ ରହିବ ବୋଲି ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ) ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ସୋମବାର ପୂର୍ବାହ୍ନରେ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କ ସଚିବାଳୟ ପ୍ରକୋଷ୍ଠରେ ଏ.ଏସ୍.ଆଇର ଡ଼େପୁଟି ଇଞ୍ଜିନିୟର୍ (ଆର୍କୋଲୋଜି) ତପନ ଭଟ୍ଟାଚାର୍ଯ୍ୟ ଓ ଓଡ଼ିଶା ସର୍କଲର ଆଂଚଳିକ ମୁଖ୍ୟ ଶ୍ରୀ ଅରୁଣ ମଲ୍ଲିକ ଉପସ୍ଥିତ ରହି କୋଣାର୍କ ପ୍ରସଙ୍ଗରେ ଆଲୋଚନା ବେଳେ ଉପରୋକ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଆଲୋଚନା ମଧ୍ୟରେ ଏ.ଏସ୍.ଆଇ ପକ୍ଷରୁ ଶ୍ରୀ ମଲ୍ଲିକ କହିଥିଲେ ଯେ, କୋଣାର୍କ ମନ୍ଦିରର ଯେଉଁ ସବୁ ସ୍ଥାନରେ ସାଦା ପଥର ଲାଗିଛି, ବ୍ରିଟିଶ ଅମଳରୁ ଲଗାଯାଇଛି । କୌଣସି ସ୍ଥାନରେ ପଥରର କାରୁକାର୍ଯ୍ୟ କଢ଼ାଯାଇନାହିଁ କି ଅପସାରିତ ହୋଇନାହିଁ କିମ୍ବା ସେ ସ୍ଥାନରେ ସାଦା ପଥର ଲଗାଯାଇ ନାହିଁ । ଯେଉଁଠାରେ ଶୂନ୍ୟସ୍ଥାନ ରହିଛି ତାହାକୁ ସାଦା ପଥରରେ ପୂରଣ କରାଯାଇ ଏହି ବିଶ୍ୱବିଖ୍ୟାତ କୀର୍ତିର ସୁରକ୍ଷା ନିମନ୍ତେ ଉଦ୍ୟମ କରାଯାଇଛି ।

ବିଶ୍ୱ ପ୍ରସିଦ୍ଧ କୋଣାର୍କକୁ ସୁରକ୍ଷିତ ରଖିବା ପାଇଁ ଏ.ଏସ୍.ଅ।ଇ ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦର୍ଶାଇ ଥିଲେ । ଏହି ବୈଠକ ବ୍ୟତୀତ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ମଧ୍ୟ ଅନ୍ୟ ଏକ ବୈଠକରେ ଏ.ଏସ୍.ଅ।ଇ ପ୍ରତିନିଧିବୃନ୍ଦ ଉପସ୍ଥିତ ରହିବେ ବୋଲି ଜଣାଯାଇଛି । ଏହି ବୈଠକ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଚିବାଳୟ ପ୍ରକୋଷ୍ଠରେ ଆହୂତ ହୋଇଛି । ବୈଠକରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର, ପୁରୀ ଜିଲ୍ଲାପାଳ, କାକଟପୁର ଓ ନିମାପଡ଼ା ବିଧାୟକ ଉପସ୍ଥିତ ରହିବେ । ସାଢ଼େ ବାରଟାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଏ.ଏସ୍.ଆଇ ପ୍ରତିନିଧି ଦଳ ସବିଶେଷ ତଥ୍ୟ ଓ ବିବରଣୀ ଉପସ୍ଥାପିତ କରିବା ସହିତ କୋଣାର୍କ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଅ।ଲୋଚନା ହେବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା