Connect with us

ଓଡିଶା

କେବଳ କଥାରେ ଦେଶ ନିର୍ମାଣ ହୁଏନି : ମୁଖ୍ୟମନ୍ତ୍ରୀ

ସାଙ୍କେତିକ

କେବଳ କଥାରେ ଦେଶ ନିର୍ମାଣ ହୁଏନି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩ ଅପ୍ରେଲ – ବିଜେପି ସରକାରରେ ଚାଷୀ , ମହିଳା,ଯୁବ , ଗରିବ , ଅନୁସୂଚିତ ଜାତି ଓ ଜନଜାତି , ସାଧାରଣ ଲୋକ ସମସ୍ତେ ହତାଶ । କେବଳ କଥାରେ ଦେଶ ନିର୍ମାଣ ହୁଏ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ବାଲେଶ୍ୱର ଓ ଭଦ୍ରକରେ ମଙ୍ଗଳବାର ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ । ସେ କହିଥିଲେ ଯେ ୫ ବର୍ଷରେ ବିଜେପି ଲୋକଙ୍କ ବିଶ୍ୱାସ ହରାଇଛି । ବିଜେପି ସରକାର ବିମୁଦ୍ରୀକରଣ କଲେ , ଗରିବ ଆହୁରି ଗରିବ ହେଲା । ଜିଏସଟି ଲାଗୁ କରିବା ଦ୍ୱାରା ଯୁବକ ରୋଜଗାର ହରାଇଲା । ଚାଷୀ ପାଇଁ କିଛି କଲେ ନାହିଁ । ଗୁଜୁରାଟ ମଡେଲର ବହୁ ପ୍ରଚାର ହେଲ । କିନ୍ତୁ ଗୁଜୁରାଟରେ ୧୮୨ ବିଧାନସଭା ଆସନରୁ ୨୦୧୭ ନିର୍ବାଚନରେ ବିଜେପି ମାତ୍ର ୯୯ ଆସନ ପାଇଲା ଏବଂ ହାରୁ ହାରୁ ଜିତିଗଲା । ସାରା ଦେଶରେ ଏଥର ବିଜେପି ହାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ବିଜେପି ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବୋଲି ସେ ଅଭିଯୋଗ କରିବା ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ବିଜୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା