Connect with us

ଓଡିଶା

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦେବାଶିଷଙ୍କୁ ନୋଟିସ୍

ସାଙ୍କେତିକ

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦେବାଶିଷଙ୍କୁ ନୋଟିସ୍
ଭୁବନେଶ୍ୱର,୨୩ ଅପ୍ରେଲ -ତୃତୀୟ ପର୍ଯ୍ୟାୟ ପାଇଁ ଭୋଟିଂ ଚଲିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ କଟକ-ବାରବାଟୀ ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ୍ ଜାରୀ ହୋଇଛି । ନିର୍ବାଚନ ଅଧିକାରୀ ଏହି ନୋଟିସ ଜାରୀ କରିଛନ୍ତି । ଆସନ୍ତା ୪୮ ଘଂଟା ମଧ୍ୟରେ ଏହାର ଜବାବ ଦେବାକୁ ଦେବାଶିଷଙ୍କୁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ୨୧ ତାରିଖ ସନ୍ଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ କରାଯାଇଥିଲା । କିନ୍ତୁ ଦେବାଶିଷ ଗତକାଲି ସୋସିଆଲ ମିଡିଆ ଫେସବୁକରେ ଏକ ମେସେଜ ଜାରି କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗର ଯାଂଚ କରି ନିର୍ବାଚନ କମିଶନ ଦେବାଶିଷଙ୍କୁ ନୋଟିସ ଜାରି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା