Connect with us

ଆଞ୍ଚଳିକ

ଭୁବନେଶ୍ୱରରେ ଡେଙ୍ଗୁ ନିଜର କାୟା ବିସ୍ତାର କଲାଣି

ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ସ୍ମାର୍ଟ ସିଟି ନାମ ଟି ପ୍ରହସନ ରେ ପରିଣତ ହେବାକୁ ବସିଲାଣି l କେତେବେଳେ ଟିକିଏ ବର୍ଷରେ ବନ୍ୟା ଭଳି ପ୍ରହେଳିକା ସୃଷ୍ଟି କଲାଣିତ କେତେବେଳେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଭୁଶୁଡି ପଡ଼ିଲାଣି l ନୀଳାଦ୍ରିବିହାର ଓମଫେଡ୍‌ ବସ୍ତି ଅଞ୍ଚଳରେ ଡେଙ୍ଗୁ ନିଜର କାୟା ବିସ୍ତାର କଲାଣି । ପୂର୍ବରୁ ଏହି ଅଞ୍ଚଳରେ ୭ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ୪ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଚିହ୍ନଟ ହୋଇଛି। ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଦଳ ବସ୍ତିରେ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି। ବସ୍ତି, ଡ୍ରେନ୍‌ ଓ ସନ୍ତସନ୍ତିଆ ସ୍ଥାନକୁ ଠିକ୍‌ ଭାବେ ସଫାସୁତୁରା କରାଯାଉ ନଥିବାରୁ ଜଣଙ୍କ ପରେ ଜଣେ ଡେଙ୍ଗୁର ଶିକାର ହେଉନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ