Connect with us

ଆଞ୍ଚଳିକ

ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ସାଙ୍କେତିକ

ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
– ପୁନଃ କାର୍ଯ୍ୟକ୍ଷମ ହେବ ବାରିପଦା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍
– ବାରିପଦା ସହରର ଚାରିପଟେ ହେବ ରିଙ୍ଗ୍ ରୋଡ୍
– ବାରିପଦାରେ ପ୍ରତିଷ୍ଠା ହେବ ଛଉ ନୃତ୍ୟ ଗବେଷଣା କେନ୍ଦ୍ର
ଭୁବନେଶ୍ୱର, ୩୦ ଜାନୁଆରୀ – କିଛି ସସମ୍ୟା ଯୋଗୁଁ ବନ୍ଦ ହୋଇଯାଇଥିବା ବାରିପଦା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍ କୁ ପୁନର୍ବାର କାର୍ଯ୍ୟକ୍ଷମ କରାଯିବ ଏବଂ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଜମାକାରୀମାନଙ୍କର ଆଗ୍ରହକୁ ଦେଖି ବ୍ୟାଙ୍କର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

ବୁଧବାର ମୟୁରଭଂଜ ଜିଲ୍ଲା ଗସ୍ତରେ ଯାଇ ବାରିପଦା ଛଉ ପଡିଆ ଠାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହାବ୍ୟତୀତ ଏହି ସହର ପାଇଁ ବନ୍ୟା ଏକ ମୁଖ୍ୟ ସମସ୍ୟା ହୋଇଛି । ସରାଳି, ଜିରାଳି ଏବଂ ସୁଖ ନଦୀର ଖନନ କରାଯିବ । ଏହାଦ୍ୱାରା ନଦୀର ଜଳ ଧାରଣା କ୍ଷମତା ବଢିବ । ଏହାସହ ଦାମୋଦର ପୁର ଠାରୁ ଅସ୍ତିଆ ବ୍ରିଜ୍ ଓ ସିରିଡି ସାଇ ମନ୍ଦିର ଠାରୁ ଦାମୋଦର ଘାଟ ପର୍ଯ୍ୟନ୍ତ ବାରିପଦା ସହରର ଚାରିପଟେ ରିଙ୍ଗ୍ ରୋଡ୍ କରାଯିବ । ମୟୂରଭଂଜ ଆୟୁର୍ବେଦିକ ମହାବିଦ୍ୟାଳୟକୁ ସରକାରୀ କଲେଜରେ ପରିଣତ କରାଯିବ । ସେ ଆହୁରି କହିଥିଲେ ଯେ, ଛଉ ନୃତ୍ୟ ମୟୁରଭଂଜକୁ ଦେଶ ବିଦେଶରେ ପ୍ରସିଦ୍ଧ କରିଛି । ତେଣୁ ଛଉ ନୃତ୍ୟର ପ୍ରସାର ଏବଂ ଏହା ଉପରେ ଅଧିକ ଗବେଷଣା ପାଇଁ ରାଜ୍ୟ ସରକାର ବାରିପଦା ଠାରେ ଛଉ ନୃତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବେ ବୋଲି ଘୋଷଣା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୫୦ କୋଟି ଟଙ୍କାରେ୧୧ ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀ ମାନଙ୍କୁ ୯୮ କୋଟି ଟଙ୍କାରେ ବିଭିନ୍ନ ସହୟତା ପ୍ରଦାନ କରିଥିଲେ ।
ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ହେଲା ଉଦଳା ବ୍ଲକ ରାଜ୍ୟ ରାଜପଥ ୧୯ରେ ଚମ୍ପା ନଦୀ ଉପରେ ହାଇ ଲେବଲ ସେତୁ , ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶର୍ଯ୍ୟା ବିଶିଷ୍ଟ ନବ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର , ବାରିପଦା ମହିଳା ମହାବିଦ୍ୟାଳୟ ଓ ଏମପିସି ଜୁନିଅର କଲେଜର ୩୦୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ , ତକତପୁର ଠାରେ ଏମପିସି ସ୍ୱୟଂ ଶାସିତ କଲେଜର ୪୦୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ ,

ମୋରଡା ବ୍ଲକ୍ ର ଗଡିଆ କେନ୍ଦୁଡିହ ରାସ୍ତାର ଜମ୍ବୀରା ନାଳ ଉପରେ ହାଇଲେବଲ ସେତୁ , ଉଦଳା ବ୍ଲକ୍ ର ଉଦଳା-ଦିମାଗାଡିଆ ରାସ୍ତାରେ ସୋନ୍ ନଦୀ ଉପରେ ହାଇଲେବଲ ସେତୁ , ବଡସାହି ବ୍ଲକ୍ ବର୍ତନା- ନିଶ୍ଚିତପୁର ରାସ୍ତାରେ ବୁଢାବଳଙ୍ଗ ନଦୀ ଉପରେ ହାଇ ଲେବଲ ସେତୁ , ସୁଳିଆପଦା ବ୍ଲକ୍ ର ଖଣିଆ ର୍ମୋର ବ୍ଲକ୍ ର ଜୁଆଳିଭଙ୍ଗା ଓ ସାମାଖୁଂଟା ବ୍ଲକ୍ ର ଜ୍ୟୋତିପୁର ଠାରେ ୩ ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଓ ବାରିପଦା ବ୍ଲକ୍ ର ନବ ନିର୍ମିତ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ଇତ୍ୟାଦି ।

ସେହିପରି ଭିତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପ ଗୁଡିକ ହେଲା ବଡସାହି ବାରିପଦା ବ୍ଲକ୍ର ବୁଢାବଳଙ୍ଗ ନଦୀ ଓ ବାରିପଦା-ପ୍ରତାପପୁର -ବଡସାହ୍ରି-ମାଣିତ୍ରୀ ରାସ୍ତାର ଉରା ନାଳ ଉପରେ ହାଇ ଲେବଲ ସେତୁ , କପ୍ତିପଦା ବ୍ଲକ୍ ବଡୁଗୁଡୁଗୁଡିଆ ଓ ସୁଳିଆପଦା ବ୍ଲକ୍ ର ଧାତିକାଠାରେ ୨ ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ , ଶ୍ୟାମାଖୁଂଟା ବ୍ଲକ୍ ର ବାଲିଡିହ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ , ରାସଗୋବିନ୍ଦସପୁର ବ୍ଲକ୍ ରାସଡିଆ -କୁଶଡିହା ମଧ୍ୟରେ ଜମ୍ଭୀରା ନଦୀର ଉଭୟ ପାର୍ଶ୍ୱରେ ତଟସୁରକ୍ଷା ବନ୍ଧ ।

ଏହା ବ୍ୟତୀତ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ୨୦,୨୯୫ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡ୍ ମନି , ୨୬ ଟି ବ୍ଲକ୍ ସ୍ତରୀୟ ମହାସଂଘକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଡିଜିଟାଲ ସଶକ୍ତିକରଣ ନିମନ୍ତେ ୩୯,୪୧୮ ମହିଳା ସ୍ୱଂୟ ସହାୟକ ଗୋଷ୍ଠିକୁ ୩ହଜାର ଟଙ୍କା ଲେଖାଏଁ ଓ ସ୍ୱଂୟ ସହାୟକ ଗୋଷ୍ଠୀ ଓ ମହାସଂଘ ଗୁଡିକୁ ୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ଏହାସହ ମୟୂରଭଂଜ ଜିଲ୍ଲାର ୨୬ଟି ବ୍ଲକ୍ ସ୍ତରୀୟ ମହାସଂଘକୁ ୬ କୋଟି ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମଂଚ ଉପରେ ମିଶନ ଶକ୍ତିର ମହିଳାମାନେ ସେମାନଙ୍କର ସଫଳତା ଓ ସଶକ୍ତିକରଣର କାହାଣୀ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ , ବିଧାୟକ , ବିଧାୟିକା ଏବଂ ଅଧିକାରୀମାନେ ଶ୍ରୋତାଙ୍କ ମଧ୍ୟରେ ସେମାନଙ୍କର ସଫଳତାର କାହାଣୀ ଶୁଣିଥିଲେ ।
ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା କମିଶନର ଶ୍ରୀମତୀ ସୁଜାତା କାର୍ତିକେୟନ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତିର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ସୂଚନାଦେଇଥିଲେ । ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାନ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ