Connect with us

ଓଡିଶା

ସ୍ୱାଧିକାର କମିଟିରୁ କେଭି ସିଂହଦେଓଙ୍କ ଇସ୍ତଫା

ସାଙ୍କେତିକ

ସ୍ୱାଧିକାର କମିଟିରୁ କେଭି ସିଂହଦେଓଙ୍କ ଇସ୍ତଫା
ଭୁବନେଶ୍ୱର, ୩୦ ଜାନୁଆରୀ – ଓଟିଭି ର ସ୍ୱାଧିକାର ଭଙ୍ଗ ଅଭିଯୋଗ ମାମଲାରେ ଗଠିତ ହୋଇଥିବା ବିଧାନସଭା ସ୍ୱାଧୀକାର କମିଟିରୁ ବିଜେପି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଇସ୍ତଫା ଦେଇଛନ୍ତି । ଶ୍ରୀ ସିଂହଦେଓ ବାଚସ୍ପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ସମ୍ପୃକ୍ତ ଘରୋଇ ଚ୍ୟାନେଲ୍ ର ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କ ବିରୁଦ୍ଧରେ ସମନ ଜାରୀ କରାଯିବା ପ୍ରତିବାଦରେ ସେ କମିଟିରୁ ଓହରିଥିବା ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ତାଙ୍କୁ ଏଭଳି ହଇରାଣ କରାଯିବା ଅର୍ଥ ମହିଳାମାନଙ୍କ ପ୍ରତି ଅସମ୍ମାନ ।

ରାଜନୈତିକ ଉୈଦ୍ଦଶ୍ୟରେ ତାଙ୍କୁ ସ୍ୱାଧୀକାର କମିଟି ସମନ ଜାରୀ କରିଥିଲା । କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଦେଇଥିଲେ ହେଁ ପରେ ପ୍ରତ୍ୟାହାର କରିନେଇଥିଲେ । ସେ କେଉଁଠି କହିନଥିଲେ ଯେ ତାଙ୍କୁ ସମନ ଜାରୀ କରାଯାଉ । ଶ୍ରୀମତୀ ପଣ୍ଡା ଜଣେ ଜଣାଶୁଣା ମହିଳା ଉଦ୍ୟୋଗୀ । ତେଣୁ ଏହି କାରଣ ଯୋଗୁଁ ସେ କମିଟିର ସଭ୍ୟ ରହିବା ଉଚିତ୍ ମଣୁ ନାହାନ୍ତି ବୋଲି ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା