Connect with us

ଓଡିଶା

କଂଗ୍ରେସର ଚାଷୀ ଗର୍ଜନ ସମାବେଶ ବାତିଲ୍

ସାଙ୍କେତିକ

କଂଗ୍ରେସର ଚାଷୀ ଗର୍ଜନ ସମାବେଶ ବାତିଲ୍
ଭୁବନେଶ୍ୱର :- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଜାନୁଆରୀ ୮ ତାରିଖ ଦିନ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାସ୍ଥ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା “ଚାଷୀ ଗର୍ଜନ ସମାବେଶ”କୁ ସାମୟିକ ଭାବେ ବାତିଲ୍ କରାଯାଇଛି । ପ୍ରକାଶ ଥାଉକି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ପକ୍ଷରୁ ଜାନୁଆରୀ ୮ ଓ୯ ତାରିଖ ୨ଦିନ ଦେଶବ୍ୟାପି ସାଧାରଣ ଧର୍ମଘଟର ଆହ୍ୱାନ ଦେଇଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟରେ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଧର୍ମଘଟରେ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀମାନେ ସକ୍ରିୟ ସହଯୋଗ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ଚାଷୀ ଗର୍ଜନ ସମାବେଶର ପରବର୍ତୀ ତାରିଖ ଓ ଦିବସ ବିଷୟରେ ରାଜ୍ୟବାସୀଙ୍କ ନିକଟରେ ଖୁବ୍ଶୀଘ୍ର ରୂପରେଖ କଂଗ୍ରେସ ଦଳ ଘୋଷଣା କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା