Connect with us

ଓଡିଶା

ମାଡିଆସୁଛି ବାତ୍ୟା ‘ପାବୁକ’

ମାଡିଆସୁଛି ବାତ୍ୟା ‘ପାବୁକ’
ଭୁବନେଶ୍ୱର,୩ା୧ : ମାଡି ଆସୁଛି ପୁଣି ଏକ ବାତ୍ୟା । ଏହାର ନାମ ରଖାଯାଇଛି ପାବୁକ । ଏହା ଏବେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରଠାରୁ ୧୫ଶହ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ଦକ୍ଷିଣ ଚୀନ ସାଗରରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଧିରେ ଧିରେ ବଙ୍ଗୋପସାଗର ଆଡକୁ ଅଗ୍ରଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏହାପରେ ୭-୮ ତାରିଖ ଆଡକୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଓ ମିଆଁମାର ଆଡକୁ ଗତି କରିବାର ସମ୍ଭାବନା ରହିଛି ।

ତେବେ ଏହା ଓଡ଼ିଶା ଉପକୂଳ ଆଡକୁ ଆସିବା ସମ୍ଭାବନା କମ ବୋଲି ପାଣିପାଗ ବିଭାଗ କହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ନେଇ ସୂଚନା ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବା କାରଣରୁ ସମୁଦ୍ର ମଧ୍ୟକୁ ମତ୍ସଜୀବୀଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ପାବୁକର ଓଡ଼ିଶା ଉପରେ କ’ଣ ପ୍ରଭାବ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ସେପଟେ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସ୍ଆରସି । ସୂଚନାଥାଉ କି, ୨୦୧୮ରେ ଓଡ଼ିଶାରେ ତିତ୍ଲି ବାତ୍ୟା ବ୍ୟାପକ କ୍ଷୟକ୍ଷତି ରଚାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା