Connect with us

ଓଡିଶା

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତା

ସାଙ୍କେତିକ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତା
ଭୁବନେଶ୍ୱର :- ଖୋର୍ଦ୍ଧା ଗୋଶାଳା ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ସ୍ୱାଭିମାନ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଦଳୀୟନେତା ।
ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ କହିଥିଲେ ଯେ ଓଡିଶାର ସ୍ୱାଭିମାନକୁ ଜାଗ୍ରତ କରିବାକୁ ନବୀନ ବାବୁ ଭୁଲି ଯାଇଥିଲେ । ମୋଦି ସରକାର ପାଇକଙ୍କ ବୀରତ୍ୱ ଓ ବଳିଦାନକୁ ସ୍ମରଣ କରିଛନ୍ତି । ନବୀନ ସରକାର ବିଭିନ୍ନ ଯୋଜନା କରି ଓଡିଶାବାସୀଙ୍କୁ ଅଳସୁଆହେବାକୁ କହୁଛନ୍ତି । ଓଡିଶାକୁ ଦରିଦ୍ର କରିବାକୁ ଷଡଯନ୍ତ୍ର କରୁଛନ୍ତି । ରଓଡିଶାର ଟଙ୍କା ଲୁଟ୍ କରି ବିଜୁ ଯୁବ ବାହୀନି ଗଢିଛନ୍ତି ।ପିଠା ଯୋଜନା କରି ଭ୍ରମିତ କରୁଛନ୍ତି । ଓଡିଶାବାସୀ ଏଥିପାଇଁ ଜଣେ ତ୍ରାଣକର୍ତା ଚାହୁଛନ୍ତି ।
ସେହିପରି ବରିଷ୍ଠ ନେତା ବିଷ୍ଣୁ ସେଠୀ କହିଥିଲେ ଯେ ଏ ମାଟି ବୀର ପାଇକର ମାଟି । ପାଇକ ଓଡିଆ ଜାତିର ପ୍ରତୀକ । ପାଇକ ବିଦ୍ରୋହ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ କହିଥିଲେ ଯେ ମୋଦି ସରକାର ଧାନ ଉପରେ ୨୦୦ ଟଙ୍କା ଏମଏସପି ବୃଦ୍ଧି କରିଛନ୍ତି । ଓଡିଶା ସରକାର ନିର୍ଲଜ । ସିଏଜି ରିପୋର୍ଟକୁ ଅଣଦେଖା କରୁଛନ୍ତି । ଯାଜନାବଦ୍ଧ ଭାବେ ବିଧାୟକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତିଗ୍ରସ୍ତ ।
ଅନ୍ୟମାନଙ୍କ ମଧ୍ୟରେ ସୁରମା ପାଢୀ , ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ , ବରିଷ୍ଠ ନେତା ସୁରେଶ ପୂଜାରୀ , ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର , କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ପ୍ରମୁଖ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସମାଲୋଚନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା