Connect with us

ଆଞ୍ଚଳିକ

ମୋ ସାଇକେଲ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

image

ମୋ ସାଇକେଲ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୧୧ : ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସାଇକେଲ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସୁଲଭ ମୂଲ୍ୟରେ ସୁସ୍ଥ ଓ ସଅଳ ଯାତ୍ରା ପାଇଁ ରାଜ୍ୟ ସରକାର ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏୟାରପୋର୍ଟ ଛକ ନିକଟରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ପ୍ରାୟ ୨ ହଜାର ସାଇକେଲ ରାଜଧାନୀ ରାଜପଥରେ ଗଡିଥିଲା । ଏହିସବୁ ସାଇକେଲରେ ଜିପିଏସ୍, ଜିପିଆରଏସ ଏବଂ ବ୍ଲୁଟୁଥର ବ୍ୟବସ୍ଥା ରହିଛି । ଫଳରେ ସାଇକେଲର ଗତିବିଧିକୁ ସହଜରେ ଠାବ କରାଯାଇ ପାରିବ । ଏହାସହ ସାଇକେଲର ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ଯାତ୍ରୀଙ୍କୁ ତୁରନ୍ତ ସୂଚନା ମିଳିବ । ଏହି ଅଭିଯାନରେ ସାମିଲ ହେବା ପାଇଁ ପ୍ରଥମେ ‘ମୋ ସାଇକେଲ’ ଆପ ଇନଷ୍ଟଳ କରି ନାମ ପଞ୍ଜିକୃତ କରିବାକୁ ପଡିବ । ପଞ୍ଜିକୃତ କରିଥିବା ବ୍ୟକ୍ତିଙ୍କୁ ପ୍ରଥମେ ଅଧଘଣ୍ଟା ପାଇଁ ମାଗଣାରେ ସାଇକେଲ ମିଳିବ ଏବଂ ପରେ ୩୦ ମିନିଟକୁ ମାତ୍ର ୫ ଟଙ୍କା ଦେୟ ଦେବାକୁ ପଡିବ । ରାଜଧାନୀର ବିଭିନ୍ନ ସ୍ଥାନରେ ସାଇକେଲ ଷ୍ଟେସନମାନ ଖୋଲାଯାଇ ଲୋକମାନଙ୍କୁ ସାଇକେଲ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏହି ଉଦ୍ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ