Connect with us

ଓଡିଶା

ବିଶ୍ୱକପ୍ ହକି ପାଇଁ ସରକାରୀ ଛୁଟି ଘୋଷଣା

image

ବିଶ୍ୱକପ୍ ହକି ପାଇଁ ସରକାରୀ ଛୁଟି ଘୋଷଣା
ଭୁବନେଶ୍ୱର,୨୬ା୧୧ : ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ନଭେମ୍ବର ୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ୍ ହକିର ଉଦ୍ଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ରାଜ୍ୟର ଅନ୍ୟ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଅପରାହ୍ନ ୧.୩୦ ଠାରୁ ବନ୍ଦ ରହିବ । ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ୨୭ ତାରିଖ ଦିନ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ନିମନ୍ତେ ଅପରାହ୍ନ ୧.୩୦ ମିନିଟ୍ ଠାରୁ ବନ୍ଦ ରହିବ । ୨୮ ତାରିଖ ବୁଧବାର ଦିନ କଟକରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ ମିନିଟ୍ ଠାରୁ ବନ୍ଦ ରହିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା