Connect with us

ଅପରାଧ

୭ ଶିକ୍ଷାନୁଷ୍ଠାନରେ ଛାତ୍ରସଂସଦ ନିର୍ବାଚନ ବାତିଲ

ସାଙ୍କେତିକ ଚିତ୍ର

ପ୍ରାକ୍ ନିର୍ବାଚନୀ ହିଂସା
୭ ଶିକ୍ଷାନୁଷ୍ଠାନରେ ଛାତ୍ରସଂସଦ ନିର୍ବାଚନ ବାତିଲ
ଭୁବନେଶ୍ୱର,୧ା୧୦ : ଛାତ୍ର ଆଶାନ୍ତି ଓ ପ୍ରାକ୍ ନିର୍ବାଚନୀ ହିଂସା ପାଇଁ କେତେକ ଶିକ୍ଷାନୁଷ୍ଠାନର କର୍ତୃପକ୍ଷମାନେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି । ଯେଉଁଠି ହିଂସାକାଣ୍ଡ ଘଟିଛି ସେ ଶିକ୍ଷାନୁଷ୍ଠାନକୁ ସାଇନଏଡାଏ କରିଛନ୍ତି । ରେଭେନସା ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପରୋକ୍ଷ ଭାବରେ କରିବା ପାଇଁ ଏହାର କୁଳପତି ଘୋଷଣା କରିଥିଲା ବେଳେ ଏହି ପରୋକ୍ଷ ନିର୍ବାଚନକୁ ବିରୋଧ କରି ଛାତ୍ରମାନେ କୁଳପତିଙ୍କ ଅଫିସକୁ ଭଂଗା ରୁଜା କରିବା ଫଳରେ ଏହି ନିର୍ବାଚନ ବାତିଲ କରିଦିଆଯାଇଛି ।

ସେହିପରି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଦିଆଯାଇଛି । ପିଜି କାଉନସିଲର ସୁପାରିଶ ଭିତିରେ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ ନିର୍ବାଚନ ବାତିଲ କରିଛନ୍ତି । ଏହା ବ୍ୟତୀତ କାକଟପୁର ମଙ୍ଗଳା ମହାବିଦ୍ୟାଳୟ, ଆନନ୍ଦପୁରର କୁଶଳେଶ୍ୱର ଆଂଚଳିକ କଲେଜର ନିର୍ବାଚନ ବାତିଲ କରିବା ସହ ସାଇନଏଡାଏ କରାଯାଇଛି । ଅପରପକ୍ଷରେ ବାଲେଶ୍ୱର ନୀଳଗିରି କଲେଜରେ ବମିଂ ଯୋଗୁ ଏବଂ କଟକସ୍ଥିତ ମଧୁସୂଧନ ଆଇନକ କଲେଜର ନିର୍ବାଚନକୁ ବାତିଲ କରାଯିବା ସହ ସାଇନଏଡାଏ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ