Connect with us

ଓଡିଶା

୭ରେ ପୁନର୍ବାର ଓଡିଶା ଆସିବେ ରାଷ୍ଟ୍ରପତି

ସାଙ୍କେତିକ

୭ରେ ପୁନର୍ବାର ଓଡିଶା ଆସିବେ ରାଷ୍ଟ୍ରପତି
– ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଅନ୍ତରୀଣ ଡିଜିପି
ଭୁବନେଶ୍ୱର, ୦୨ ଡିସେମ୍ବର – ଆସନ୍ତା ୭ ତାରିଖ ସଂଧ୍ୟାରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ୨ ଦିନିଆ ଓଡିଶା ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ । ୭ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ରାଜଭବନରେ ରାତ୍ରୀ ଯାପନ କରିବେ । ୮ ତାରିଖ ସକାଳେ ଖୋର୍ଦ୍ଧାର ବରୁଣେଇ ପାହାଡ ନିକଟରେ ପାଇକ ସ୍ମୃତି ସ୍ଥଳର ଶିଳାନ୍ୟାସ କରିବେ । ସେଠାରୁ ଭୁବନେଶ୍ୱର ଫେରି ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜଭବନରେ ମଧ୍ୟାହ୍ନଭୋଜନ ଗ୍ରହଣ ପରେ ରାଷ୍ଟ୍ରପତି ଅପରାହ୍ନ ୫ ଟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।
ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଅନ୍ତରୀଣ ପୋଲିସ୍ ଡିଜି ସତ୍ୟଜିତ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିାଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା