Connect with us

ଓଡିଶା

୨୨ ଦଳକୁ ଭେଟିବ ବିଜେଡି

ସାଙ୍କେତିକ ଚିତ୍ର

ସଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩% ଆସନ ସଂରକ୍ଷଣ
୨୨ ଦଳକୁ ଭେଟିବ ବିଜେଡି
ଭୁବନେଶ୍ୱର,୫ା୧୨ : ଆଜି ଅପରାହ୍ଣରେ ନବୀନ ନିବାସ ଠାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ଦଳର ପ୍ରତିନିଧିମାନେ ନିକଟରେ ୭ଟି ଜାତୀୟ ଦଳ ଓ ୧୫ଟି ଆଞ୍ଚଳିକ ଦଳଙ୍କୁ ଭେଟି ସମର୍ଥନ ଲୋଡ଼ିବେ । ପ୍ରକାଶଥାଉକି, ଗତକାଲି ସଂସଦ ଓ ପ୍ରତି ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି ।

ଏଥିନେଇ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ସଂକଳ୍ପ ମଧ୍ୟ ପାରିତ ହୋଇଯାଇଛି । ବିଜୁ ଜନତା ଦଳର ସାଂସଦ, ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନେ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡିକୁ ଭେଟିବା ସହିତ ମହିଳା ସଶକ୍ତିକରଣ ପାଇଁ ସଂସଦ ଓ ବିଧାନସଭାରେ ସ୍ଥାନ ସଂରକ୍ଷଣର ଆବଶ୍ୟକତା ଯୋଗସୂତ୍ର ସ୍ଥାପନ ସହ ଭାବ ବିନିମୟ କରିବା ପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ବିଜେଡିର ଲୋକସଭା ଓ ରାଜ୍ୟସଭାର ଦୁଇ ମୁଖ୍ୟ ସଚେତକଙ୍କୁ ଏଥିନେଇ ସଂସଦର ଅନ୍ୟ ରାଜନୈତିକ ଦଳଗୁଡିକ ସହିତ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ କୁହାଯାଇଛି । ବୈଠକ ପରେ ଦଳର ଉପସଭାପତି ଦେବୀ ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ଓଡ଼ିଶା ବିଧାନସଭାରେ ସଂରକ୍ଷଣ ବ୍ୟବସ୍ଥା ନେଇ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି । ଏହି ବ୍ୟବସ୍ଥା ପାଇଁ ୭ଟି ଜାତୀୟ ଓ ୧୫ ଟି ଆଂଚଳିକ ଦଳର ମୁଖ୍ୟ ମାନଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତି ହୋଇଛି । ଦଳର ବରିଷ୍ଠ ନେତା ଓ ଏମପି ମାନଙ୍କୁ ଆଲୋଚନା କରିବା ପାଇଁ ଦାୟିତ୍ୱ ବଂଟନ କରାଯାଇଛି ।

ଏଆଇଟିସି ସହିତ ସୌମ୍ୟ ରଂଜନ ପଟ୍ଟନାୟକ, ଅନନ୍ତ ଦାସ, ଅରବିନ୍ଦ ଢ଼ାଲି ଏବଂ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଅନଙ୍ଗ ଉଦୟ ସିଂ ଦେଓ, ଏମପି ପ୍ରୁତ୍ୟୁଷା ରାଜେଶ୍ୱରୀଙ୍କୁ ବିଏସପି ସହିତ ଆଲୋଚନା କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବିଜେପି ସହିତ ଆଲୋଚନା କରିବା ପାଇଁ ଭର୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, ବେଦ ପ୍ରକାଶ ଅଗ୍ରୱାଲ, ସରୋଜିନୀ ହେମ୍ବ୍ରମଙ୍କୁ ଦାୟିତ୍ୱ ଦିଆଯାଇଛି । ସିପିଆଇ ଓ ସିପିଏମ ସହିତ ଆଲୋଚନା କରିବା ପାଇଁ କଳିକେଶ ନାରାୟଣ ସିଂଦେଓ, ଡ. କୁଳମଣି ସାମଲ, ଶ୍ରୀମତୀ ରୀତା ତରାଇଙ୍କୁ ଦାୟିତ୍ୱଦିଆଯାଇଛି । ଆଇଏନସି ସହିତ ଆଲୋଚନା କରିବା ପାଇଁ ତଥାଗତ ଶତପଥି, ବେଦ ପ୍ରକାଶ ଅଗ୍ରୱାଲ, ପିନାକୀ ମିଶ୍ର ଓ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଆଂଚଳିକ ଦଳ ଆପ୍ ସହିତ ସୂର୍ଯ୍ୟ ନାରାୟଣ ପାତ୍ର, ଅନୁଭବ ମହାନ୍ତି, ଡକ୍ଟର ପ୍ରଭାସ ସିଂ ଙ୍କୁ ଦାୟିତ୍ୱ ଦିଆଯାଇଛି । ଏଆଇଏ ଓ ଡିଏମକେ ସହିତ ଦେବୀ ପ୍ରସାଦ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଆଇଏନଏଲଡ଼ି ସହିତ ଆଲୋଚନା କରିବା ପାଇଁ କିଶୋର ମହାନ୍ତି ଓ ଯୋଗେନ୍ଦ୍ର ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜେଡିଏସ ଓ ଜେଡ଼ିୟୁ ସହିତ ଆଲୋଚନା କରିବା ନଗେନ୍ଦ୍ର ପ୍ରଧାନ ଓ ରବୀନ୍ଦ୍ର ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏନସି ସହିତ ଆଲୋଚନା କରିବା ପାଇଁ ପିନାକୀ ମିଶ୍ର ଓ ଲଡ଼ୁକିଶୋର ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି । ଜେଏମଏମ ସହିତ ଅନୁଭବ ମହାନ୍ତି, ଝିହ୍ନ ହିକକା ଓ ବିମ୍ବାଧର କୁଅଁରଙ୍କୁ ଦାୟିତ୍ୱ ଦିଆଯାଇଛି । ଆରଜେଡ଼ି ସହିତ କଥାବାର୍ତା କରିବା ପାଇଁ ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ରମଙ୍କୁ ଦାୟିତ୍ୱ ଦିଆଯାଇଛି । ଶିରୋମଣି ଅକାଳୀ ଦଳ ସହିତ ତଥାଗତ ଶତପଥି ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଶିବ ସେନା ସହିତ ଆଲୋଚନା କରିବା ପାଇଁ ଅରୂପ ପଟ୍ଟନାୟକ ଓ ବଳଭଦ୍ର ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମାଜବାଦୀ ପାର୍ଟି ସହିତ ଭର୍ତୃହରି ମହତାବ ଓ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ଟିଡିପି ଓ ଟିଆରଏସ ସହିତ ଆଲୋଚନା କରିବା ପାଇଁ ସୌମ୍ୟ ରଂଜନ ପଟ୍ଟନାୟକ ଓ ଭାସ୍କର ରାଓଙ୍କୁ ଦାୟିତ୍ୱ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା