Connect with us

ଆଞ୍ଚଳିକ

ହୋଇପାରୁନି ଶୌଚାଳୟ ନିର୍ମାଣ ଧାର୍ଯ୍ୟ

ସାଙ୍କେତିକ

କେନ୍ଦ୍ରାପଡାରେ ପୂରଣ ହୋଇପାରୁନି ଶୌଚାଳୟ ନିର୍ମାଣ ଧାର୍ଯ୍ୟ
କେନ୍ଦ୍ରାପଡ଼ା, ୧ ଫେବୃଆରୀ – ଓଡିଶା ସରକାରଙ୍କ ଜଳ ଓ ପରିମଳ ବିଭାଗ ପକ୍ଷରୁ ବାହ୍ୟମଳମୁକ୍ତ ପରିବେଶ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇ ଶୌଚାଳୟ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପାଇଖିନା ନିର୍ମାଣ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦେଉଥିବାବେଳେ ବିଭାଗୀୟ ତତ୍ପରତା ଅଭାବରୁ ଏହାର ଧାର୍ଯ୍ୟଲକ୍ଷ୍ୟ ପୂର୍ଣ୍ଣ ହୋଇପାରୁନାହିଁ । ଏଥିପାଇଁ ଦୁଇ ଦୁଇଥର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଜନସାଧାରଣ ଓ ବିଭାଗୀୟ କର୍ମଚାରୀଙ୍କ ଅସହଯୋଗ ଓ ଇଚ୍ଛାଶକ୍ତି ଅଭାବରୁ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ ।

ଜିଲ୍ଲାରେ ୩ ଲକ୍ଷ ୬ ହଜାର ୨୬୮ଟି ପାଇଖିନା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତେବେ ୨୦୧୮ ଡିସେମ୍ବର ସୁଧା ଜିଲ୍ଲାରେ ୨ ଲକ୍ଷ ୩ ହଜାର ୮୮ ପାଇଖିନା ନିର୍ମାଣ ହୋଇଥିବାବେଳେ ଆହୁରି ୧ ଲକ୍ଷ ୩ ହଜାର ୧୮୦ଟି ପାଇଖିନା ତିଆରି ହେବାକୁ ବାକି ରହିଛି । ଏ ନେଇ ଜିଲ୍ଲାପାଳ ଦାଶରଥି ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସୂଚନା ମିଳିବା ସହ ଉଦବେଗ ପ୍ରକାଶ ପାଇଥିଲା । ତେବେ ଏହି ଲକ୍ଷ୍ୟ ପୂରଣ ପାଇଁ ଆସନ୍ତା ଅକ୍ଟୋବର ୨ ତାରିଖ ମହାମô୍ାଗାନ୍ଧିଙ୍କ ଜନ୍ମଦିବସକୁ ନୂତନ ଭାବେ ସମୟ ଧାର୍ଯ୍ୟ କରାଯାଇଛି ।

ଏହି ସମୟ ମଧ୍ୟରେ ବାକିଥିବା ଲକ୍ଷାଧିକ ପାଇଖାନା ତିଆରି କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ତାଗିଦା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମୀଣ ଜଳ ଯୋଗାଣ ସଂସ୍ଥାର ନିର୍ବାହୀ ଅଧିକାରୀ ଇଂ ଦିଲ୍ଲୀପ କୁମାର ଦେହୁରି, ସହକାରୀ ଯନ୍ତ୍ରୀ ରବିନାରାୟଣ ପଣ୍ଡା ଓ ପ୍ରେରକ ସୈାମ୍ୟା ସ୍ୱର୍ଣ୍ଣପ୍ରଭାଙ୍କ ସମେତ ସବୁ ବ୍ଲକର କନିଷ୍ଠଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ