Connect with us

ଆଞ୍ଚଳିକ

ତୁଳସୀ ମହିଳା ମହାବିଦ୍ୟାଳୟରେ ୫ମ ବାର୍ଷିକ ଖାଦ୍ୟମେଳା

ସାଙ୍କେତିକ

ତୁଳସୀ ମହିଳା ମହାବିଦ୍ୟାଳୟରେ ୫ମ ବାର୍ଷିକ ଖାଦ୍ୟମେଳା
କେନ୍ଦ୍ରାପଡ଼ା, ୧ ଫେବୃଆରୀ – କେନ୍ଦ୍ରାପଡ଼ାର ତୁଳସୀ ମହିଳା ମହାବିଦ୍ୟାଳୟ, ଗୃହ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ବାର୍ଷିକ ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଅଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଖାଦ୍ୟମେଳାକୁ ଉଦଘାଟନ କରି ଉତମ ଓ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ହିଁ ଜଣେ ନାରୀକୁ ସୁଗୃହିଣୀ ଭାବରେ ପରିଚିତ କରେ , ତେଣୁ ଛାତ୍ରୀମାନେ ଦୂରଦର୍ଶନ ତଥା ବିଭିନ୍ନ ପତ୍ରିକା ମାଧ୍ୟମରେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାର ଅଭିଜ୍ଞତା ହାସଲ କରି ନିଜକୁ ଭବିଷ୍ୟତରେ ଜଣେ ଜଣେ ସୁଗୃହିଣୀଭାବରେ ସୁନାମ ଅର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷା ଡ଼ଃ ହୀରାମଣୀ ବେହୁରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା

ଏହି ଉଦଘାଟନୀ ସଭା ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜୟ କୁମାର ସାମଲ, ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀ ଗୋଲଖ ଚନ୍ଦ୍ର ମହାଭୋଇ, ପ୍ରାକ୍ତନ ପ୍ରାଧ୍ୟାପକ ଡ଼ଃ ମନୋରଞ୍ଜନ ମହାନ୍ତି, ସହଯୋଗୀ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁ , ସହଯୋଗୀ ପ୍ରଫେସର୍ ଡ଼ଃ ସ୍ମୃତିରଡଞ୍ଜନ ବେହେରା ଓ ଡ଼ଃ ମଥୁରୀ ଚରଣ ନାୟକ ପ୍ରମୁଖ ସମ୍ମାନୀତ ଅତିଥିଭାବରେ ଯୋଗଦେଇ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ନାରୀମାନଙ୍କର ଆଗ୍ରହ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଖାଦ୍ୟମେଳାରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟଯୁକ୍ତ ୨୫ଗୋଟି ଷ୍ଟଲ୍ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ଏବଂ ଛାତ୍ରୀ , ଛାତ୍ରୀ ଅଭିଭାବକ ଓ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଖାଦ୍ୟମେଳାରେ ସୁସ୍ୱାଦୁ ଖାଦ୍ୟ ଭୋଜନର ପରିବେଶ ଅତ୍ୟନ୍ତ ମନୋଜ୍ଞ ଥିଲା ।

ଅଧ୍ୟାପିକା ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପତି, ଡ଼ଃ ସୁଜାତା ମହାନ୍ତି, ଅଧ୍ୟାପକ ଶ୍ରୀ ରଞ୍ଜିତ୍ ଦାସ,ଶ୍ରୀ ପ୍ରଭାକର ମଲ୍ଲିକ୍, ଶ୍ରୀ ବହ୍ମାନନ୍ଦ ସେଠୀ, ଅବନ୍ତୀ ପୃଷ୍ଟି, ଶ୍ରୀମତୀ ଲିପିକା ରାଉତ ପ୍ରମୁଖ ଖାଦ୍ୟମେଳାର ପ୍ରସ୍ତୁତ ଟୋକନ୍ ବିକ୍ରୟ କରିଥିଲେ । ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ସବିତା ଦାସ, ଶ୍ରୀମତୀ ଅନୁରାଧା ବେହେରା ଓ ଶ୍ରୀମତୀ ଆରତୀ ଚୌଧୁରୀଙ୍କ ଦ୍ୱାରା ଏହି ଖାଦ୍ୟମେଳାର ସମସ୍ତ ଆୟୋଜନ ଓ ପରିଚାଳନା କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ