Connect with us

ଦେଶ

ସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ସୁପାରିସ – ହାଇକୋର୍ଟର ନୂତନ ବିଚାରପତି ହେବେ ଡ଼.ଅକ୍ଷୟ କୁମାର ମିଶ୍ର

ସାଙ୍କେତିକ ଚିତ୍ର

ସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ସୁପାରିସ ଆଧାରରେ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ନିଯୁକ୍ତ ହେବେ ଡ଼.ଅକ୍ଷୟ କୁମାର ମିଶ୍ର

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟରେ ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟରତ ଡ.ଅକ୍ଷୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ସୁପାରିସ କରିଛନ୍ତି । ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ, ଜଷ୍ଟିସ୍‌ ମଦନ ବି.ଲୋକୁର ଓ ଜଷ୍ଟିସ୍‌ କୁରିଆନ୍‌ ଜୋଶେଫ୍‌ଙ୍କୁ ନେଇ ଗଠିତ କଲେଜିୟମ୍‌ ଡ଼ ଅକ୍ଷୟ କୁମାର ମିଶ୍ରଙ୍କ ସାକ୍ଷାତକାର ନେବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ତାଙ୍କୁ ପଦୋନ୍ନତି ଦିିଆଯାଉ ବୋଲି ମତ ରଖିଛନ୍ତି ।

ସୁପ୍ରିମକୋର୍ଟ କଲେଜିୟମ୍‌ ତାଙ୍କର ସୁପାରିସ ଆଇନ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ କି ଓଡ଼ିଶା ହାଇକୋର୍ଟର କଲେଜିୟମ୍‌ ୪ ଜଣ ଜୁଡିସିଆଲ୍‌ ଅଫିସରଙ୍କ ନାମ ହାଇକୋର୍ଟ ବିଚାରପତି ପଦବି ଲାଗି ସୁପ୍ରିମ୍‌କୋର୍ଟ କଲେଜିୟମ୍‌ଙ୍କ ନିକଟକୁ ସୁପାରିସ କରିଥିଲେ। କଲେଜିୟମ୍‌ ସେମାନଙ୍କର ସାକ୍ଷାତକାର ନେବା ପରେ ଡ଼ ମିଶ୍ରଙ୍କ ନାମକୁ ନେଇ ସହମତି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ